‘ବିକ୍ରମ’ର ପତ୍ତା ମିଳିଲା: ଇସ୍ରୋ

‘ବିକ୍ରମ’ର ପତ୍ତା ମିଳିଲା: ଇସ୍ରୋ

‘ବିକ୍ରମ’ର ପତ୍ତା ମିଳିଲା: ଇସ୍ରୋ
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଅବତରଣ ସମୟରେ ଲ୍ୟାଣ୍ଡର ‘ବିକ୍ରମ’ର ସହ ସମ୍ପର୍କ ଚ୍ଛିନ୍ନ ହେବ ଘଟଣା ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଝଟକା ଲାଗିଥିଲେ ହେଁ ଏବେ ଗୋଟିଏ ଶୁଭ ଖବର ଆସିଛି । ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ର ପତ୍ତା ମିଳିଥିବା ସୂଚନା ମିଳିଛି । ‘ବିକ୍ରମର’ ପତ୍ତା ମିଳିଥିବା ନେଇ ଇସ୍ରୋ ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଛନ୍ତି । ଆର୍ବିଟରରୁ ଲ୍ୟାଣ୍ଡର ‘ବିକ୍ରମ’ର ଫଟୋ ମିଳିଥିବା ଇସ୍ରୋ ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ବିକ୍ରମ ସହ ଯୋଗାଯୋଗ ହୋଇପାରିନାହିଁ । ଆମେ ଯୋଗାଯୋଗ କରିବାକୁ ଚେଷ୍ଟା ଜାରି ରଖିଛୁ । ଆମେ ସଫଳ ନିଶ୍ଚୟ ହେବୁ ବୋଲି ସେ କହିଛନ୍ତି । ପ୍ରକାଶ ଯେ, ଚନ୍ଦ୍ରଯାନ-୨ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପଠାଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ଅବତରଣ କରିବାର ମାତ୍ର ୨.୧ କିମି ଦୂରରୁ ବେଙ୍ଗାଲୁରୁସ୍ଥିତ ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ ସହିତ ଯୋଗାଯୋଗ ରକ୍ଷା ହୋଇପାରିନଥିଲା । ପୂର୍ବ ନର୍ଦ୍ଧାରିତ ସମୟର ଅଳ୍ପ କିଛି ମିନିଟ ପୂର୍ବରୁ ଏହି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଲ୍ୟାଣ୍ଡର ‘ବିକ୍ରମ’ ଭିତରେ ରୋଭର ‘ପ୍ରଜ୍ଞାନ’ ରହିଥିଲା । ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରରିଥିଲେ ପ୍ରଜ୍ଞାନ ସେଥିରୁ ବାହାରି ଥାନ୍ତା । ଏହା ଚନ୍ଦ୍ରପୃଷ୍ଠର ଅଧ୍ୟକ୍ଷନ କରି ଇସ୍ରୋର ବୈଜ୍ଞାନିକମାନଙ୍କୁ ବିଭିନ୍ନ ତଥ୍ୟ ପଠାଇଥାନ୍ତା ।