‘ପ୍ରଜା ବେଦିକା’ କୋଠାକୁ ଭଙ୍ଗାଗଲା

‘ପ୍ରଜା ବେଦିକା’ କୋଠାକୁ ଭଙ୍ଗାଗଲା

 ‘ପ୍ରଜା ବେଦିକା’ କୋଠାକୁ ଭଙ୍ଗାଗଲା
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶ ପରେ ଅମରାବତୀସ୍ଥିତ ପ୍ରଜା ବେଦିକା କୋଠାକୁ ଜେସିବି ଦ୍ୱାରା ଭଙ୍ଗାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକାଳରେ ଏହି କୋଠାର ନିର୍ମାଣ ହୋଇଥିଲା । ଏହି କୋଠାକୁ ମଙ୍ଗଳବାର ରାତିରୁ ଭାଙ୍ଗିବା କାମ ଆରମ୍ଭ କରାଯାଇଛି । ପ୍ରଜା ବେଦିକାରେ ରାଜ୍ୟ ସରକାରଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଥିଲା । ଏଠାରେ ସୋମବାର ଆୟୋଜିତ ବୈଠକରେ କୋଠା ନିର୍ମାଣରେ ନିୟମ କାନୁନକୁ ସମ୍ମାନ ଦିଆଯାଇ ନାହିଁ ବୋଲି ଆଲୋଚନା ହୋଇଥିଲା । ଏଥିରେ ଅନିୟମିତତା ହୋଇଛି । ଜଗନ ମୋହନ କହିଛନ୍ତି, କୋଠା ନିର୍ମାଣରେ ବ୍ୟାପକ ଅନିୟମିତା ଦେଖାଯାଇଛି । ପୂର୍ବତନ ଟିଡିପି ସରକାରରେ ଚନ୍ଦ୍ରବାବୁ ନାଇଡୁ ପ୍ରଜା ବେଦିକାର ନିର୍ମାଣ ପାଇଁ ଆଦେଶ ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିବାସ ନିକଟ କ୍ରିଷ୍ଣା ନୀଦ କୂଳରେ ପ୍ରାୟ ୧୦ କୋଟି ଟଙ୍କା ବିନିଯୋଗରେ ଏହି କୋଠା ୨୦୧୫ରେ ନିର୍ମାଣ କରାଯାଇଥିଲା । ବୁଧବାର ସକାଳ ସୁଦ୍ଧା ଏହି କୋଠାର ଅନେକ ଗୁଡ଼ିଏ କାନ୍ଥ ଗୁଡ଼ିକ ଭଙ୍ଗା ଯାଇଛି । ଦିନେ ଦୁଇ ଦିନ ମଧ୍ୟରେ ସଂପୂର୍ଣ୍ଣ କୋଠାକୁ ଭଙ୍ଗାଯିବାର ଲକ୍ଷ୍ୟ ରଖାଯାଇଛି ।