କଂଗ୍ରେସରେ ମିଶିବେ ହାର୍ଦ୍ଦିକ ପଟେଲ!

କଂଗ୍ରେସରେ ମିଶିବେ ହାର୍ଦ୍ଦିକ ପଟେଲ!

ନୂଆଦିଲ୍ଲୀ: ହାର୍ଦ୍ଧିକ ପଟେଲ କେଉଁ ଦଳରେ ଯୋଗ ଦେବେ ବୋଲି ଜୋର୍ ସୋର୍ ଚର୍ଚ୍ଚା ହେଉଥିବା ବେଳେ ଆଜି ଚର୍ଚ୍ଚାର ଅନ୍ତ ଘଟିଛି । ହାର୍ଦ୍ଧିକ ପଟେଲ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଗୁଜୁରାଟର ପାଟିଦାର୍‌ ନେତା ହାର୍ଦ୍ଦିକ ପଟେଲ୍‌ ଆଗାମୀ ମାର୍ଚ୍ଚ ୧୨ ତାରିଖରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ ହାର୍ଦ୍ଦିକ ପଟେଲ୍‌ ଗୁଜୁରାଟର ଜାମନଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଜଣାଯାଇଛି। ମାର୍ଚ୍ଚ ୧୨ ତାରିଖରେ ଅହମଦାବାଦରେ କଂଗ୍ରେସ ୱିର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକ ବସିବ। ଏହି ଅବସରରେ ହାର୍ଦ୍ଦିକ କଂଗ୍ରେସରେ ଯୋଗ ଦେବେ। ସିଡବ୍ଲ୍ୟୁସି ବୈଠକ ପରେ କଂଗ୍ରେସର ବଡ଼ ବଡ଼ ନେତାମାନେ ଅହମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।ବର୍ତ୍ତମାନ ଜାମନଗରରୁ ଲୋକସଭା ସଦସ୍ୟ ଅଛନ୍ତି ପୁନମବେନ୍‌ ମାଦମ୍‌। ସେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହାର୍ଦ୍ଦିକ ପଟେଲ୍‌ ଅହମ୍ମଦବାଦଠାରେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ଅବସରରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି କୁହାଯାଉଛି। ଏହି ଅବସରରେ ହାର୍ଦ୍ଦିକ ପଟେଲ କଂଗ୍ରେସ ଦଳ ପକ୍ଷରୁ ଦେବେ ବୋଲି କୁହାଯାଉଛି।