ବାୟୁସେନା ବିମାନ ନିଖୋଜ

ବାୟୁସେନା ବିମାନ ନିଖୋଜ

ବାୟୁସେନା ବିମାନ ନିଖୋଜ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଯିବା ପାଇଁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ମଧ୍ୟାହ୍ନ ୧୨ଟା ୨୫ରେ ଜୋରହାଟରୁ ଏହି ବିମାନ ଉଡାଣ ଆରମ୍ଭ କରିଥିଲା। ଶେଷ ଥର ପାଇଁ ଦିନ ୧ଟାରେ ବିମାନ ସହିତ ସମ୍ପର୍କ ହୋଇପାରିଥିବା ବେଳେ ଏହାପରେ ଆଉ କୌଣିସ ସମ୍ପର୍କ ହୋଇପାରିନାହିଁ। ଏହି ବିମାନରେ ୮ଜଣ କ୍ରିୟୁ ମେମ୍ବର ଓ ୫ ଯାତ୍ରୀ ଥିଲେ ବୋଲି ବାୟୁସେନା ପକ୍ଷରୁ ସୂଚନା ମିଳିଛି। ତେବେ ବିମାନର ସ୍ଥିତି ଜାଣିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ଏହି କାର୍ଯ୍ୟ ପାଇଁ ସୁଖୋଇ ୩୦ ଏୟାରକ୍ରାପ୍ଟ ଓ ସି-୧୩୦ ସ୍ପେଶିଆଲ ଅପରେସନ୍‌ ଏୟାରକାପ୍ଟକୁ ଲଗାଯାଇଥିବା ଜଣାପଡ଼ିଛି। ହେଲେ ଏବେ ପର୍ଯ୍ୟନ୍ତ ବିମାନର କୌଣସି ଖରବ ମିଳିପାରିନାହିଁ। ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନାର ଉପ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି।