ବିଜେଡି ଓ ଏନସିପିକୁ ପ୍ରଶଂସା କଲେ ମୋଦି

ବିଜେଡି ଓ ଏନସିପିକୁ ପ୍ରଶଂସା କଲେ ମୋଦି

ବିଜେଡି ଓ ଏନସିପିକୁ ପ୍ରଶଂସା କଲେ ମୋଦି
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଓ ଏନସିପି ଭଳି ରାଜନୈତିକ ଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରୁ ପ୍ରଶଂସାର ଭାଷା ବାହାରିଛି । ଉଭୟ ଦଳକୁ ମୋଦି ଭୁରିଭୁରି ପ୍ରଶଂସା କରିଛନ୍ତି । ରାଜ୍ୟସଭାର ୨୫୦ତମ ଅଧିବେଶନ ଉପଲକ୍ଷେ ନିଜର ଅଭିଭାଷଣ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦଳକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ବିଜେଡି ଓ ଏନସିପି ଗୃହ କାର୍ଯ୍ୟରେ କେବେ ବି ବାଧା ସୃଷ୍ଟି କରିନାହାନ୍ତି । ଏହି ଦୁଇ ଦଳ ଠାରୁ ଆମକୁ ଶିଖିବା ଉଚିତ ବୋଲି ମୋଦି କହିଛନ୍ତି । ପ୍ରକାଶ ଯେ, ଆଜି ରାଜ୍ୟସଭାର ୨୫୦ତମ ଅଧିବେଶନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ବାବା ସାହେବ ଆମ୍ବେଦକରଙ୍କ ଭଳି ବହୁ ମହାପୁରୁଷ ଏହାର ସଦସ୍ୟ ଥିଲେ । କୌଣସି କାରଣରୁ ବାବା ସାହେବଙ୍କୁ ଲୋକସଭା ଯିବାକୁ ଦିଆଯାଇନଥିଲା । ବାବା ସାହେବଙ୍କ ଭଳି ବହୁ ବିଦ୍ୱାନଙ୍କ ପାଇଁ ଆମେ ଗର୍ବ କରିବା ଉଚିତ । ଗତ ୨୫୦ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହୋଇଛି । ତିନି ତଲାକ ବିଲ ଏଇଠି ଅଟକି ଯିବ ବୋଲି କଳ୍ପନାଜଳ୍ପନା ହୋଇଥିଲା । ଏହି ସଦର ବିଦ୍ୱାନ ସାଂସଦମାନେ ତିନି ତଲାକକୁ ପାସ କରିଥିଲେ । ଜିଏସଟି ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବି ଏହି ସଦନ ନେଇଛି ବୋଲି ମୋଦି କହିଛନ୍ତି ।