ସାମ୍ବାଦିକଙ୍କ ସ୍ୱାସ୍ଥବୀମା ଯୋଜନା ନବୀକରଣ ପ୍ରସ୍ତାବକ ଅନୁମୋଦିତ

ସାମ୍ବାଦିକଙ୍କ ସ୍ୱାସ୍ଥବୀମା ଯୋଜନା ନବୀକରଣ ପ୍ରସ୍ତାବକ ଅନୁମୋଦିତ

ସାମ୍ବାଦିକଙ୍କ ସ୍ୱାସ୍ଥବୀମା ଯୋଜନା ନବୀକରଣ ପ୍ରସ୍ତାବକ ଅନୁମୋଦିତ
ଭୁବନେଶ୍ୱର : କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଅନୁମୋଦନ କରିଛନ୍ତି । ଗତକାଲି ଲୋକସଂପର୍କ ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ପ୍ରଥମ କାର୍ଯ୍ୟଦିବସରେ ମନ୍ତ୍ରୀ ଶ୍ରୀ ଦାସ ଉପରୋକ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ରାଜ୍ୟର କର୍ମଜୀବୀ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ନିରାପତା ପାଇଁ କାର୍ଯ୍ୟକାରୀ ହୋଇଛି । ଗତକାଲି ମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେବା ଫଳରେ ରାଜ୍ୟର ତାଲିକାଭୁକ୍ତ ୬୦୧୧ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାର ସୁବିଧା ଅବିଚ୍ଛିନ୍ନ ଭାବରେ ଉପଲବ୍ଧ ହେବ ।