ବିଜେପୁର ଉପନିର୍ବାଚନ ପାଇଁ ଫର୍ମ କିଣିଲେ ବିଜେପି ନେତା ସନତ ଗଡ଼ତିଆ

ବିଜେପୁର ଉପନିର୍ବାଚନ ପାଇଁ ଫର୍ମ କିଣିଲେ ବିଜେପି ନେତା ସନତ ଗଡ଼ତିଆ

ବିଜେପୁର ଉପନିର୍ବାଚନ ପାଇଁ ଫର୍ମ କିଣିଲେ ବିଜେପି ନେତା ସନତ ଗଡ଼ତିଆ
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେଡି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପକ୍ଷରେ ବିଜେପି ରବିବାର ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି । ତେବେ ବିଜେପି ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ସନତ ଗଡ଼ତିଆ ନାମାଙ୍କନପତ୍ର କିଣି ସାରିଛନ୍ତି । ୨୦୧୮ ବିଜେପୁର ଉପନିର୍ବାଚନ ବେଳେ ବିଜେପି ଆଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଆଶ୍ଚର୍ଯ୍ୟର କଥା ୨୦୧୯ ସାଧାରଣ ନିର୍ବାଚନରେ ଦଳ ଅଶୋକଙ୍କ ବଦଳରେ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା । ବିଜେପୁରରେ ନବୀନ ପଟ୍ଟନାୟକ ଲଢିବା ସତ୍ୱେ ସନତ ୫୦ ହଜାରରୁ ଊଦ୍ଧ୍ୱର୍ ଭୋଟ ପାଇପାରିଥିଲେ । ଆଗାମୀ ଉପନିର୍ବାଚନରେ ସନତ ହିଁ ପ୍ରାର୍ଥୀ ହେବା ପାଇଁ ପ୍ରମୁଖ ଦାବିଦାରଭାବେ ଉଭା ହୋଇଥିଲେ । କିନ୍ତୁ ପଦ୍ମପୁରର ପୂର୍ବତନ ବିଧାୟକ ମଧ୍ୟ ଏହି ଦୌଡ଼ିରେ ରହିଥିଲେ । ଫଳରେ ସନତଙ୍କ ନାମାଙ୍କନପତ୍ର କିଣିବାକୁ ନେଇ ବିଜେପି ରାଜନୀତିରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି । କେତେକଙ୍କ ମତରେ ସନତ ପ୍ରାର୍ଥୀ ହେବେ ବୋଲି ପ୍ରାକ ସୂଚନାପାଇଥିବାରୁ ଫର୍ମ କିଣିଥିବା ମତ ପୋଷଣ କରିଛନ୍ତି । କିନ୍ତୁ ଅନ୍ୟ ଏକ ଗୋଷ୍ଠୀର ଯୁକ୍ତି ହେଉଛି ଚାପ ସୃଷ୍ଟି ଲକ୍ଷ୍ୟରେ ସନତ ନାମାଙ୍କନ ପତ୍ର କିଣିଛନ୍ତି । ତେବେ ଆସନ୍ତାକାଲି ବିଜେପି କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇଯିବ ।