ନର୍ବାଚନ ହାରିବା ଭୟରେ ହିଂସା ଓ ଅରାଜକତାକୁ ଆପଣାଇଛି ଟିଏମସି - ଧର୍ମେନ୍ଦ୍ର ପ୍ରଧାନ

ନର୍ବାଚନ ହାରିବା ଭୟରେ ହିଂସା ଓ ଅରାଜକତାକୁ ଆପଣାଇଛି ଟିଏମସି - ଧର୍ମେନ୍ଦ୍ର ପ୍ରଧାନ

ନର୍ବାଚନ ହାରିବା ଭୟରେ ହିଂସା ଓ ଅରାଜକତାକୁ ଆପଣାଇଛି ଟିଏମସି - ଧର୍ମେନ୍ଦ୍ର ପ୍ରଧାନ
ପଶ୍ଚିମବଙ୍ଗ, – ତୃଣମୂଳ କଂଗ୍ରେସ(ଟିଏମସି)ର ପାଦ ତଳୁ ମାଟି ଖସିବା ବେଳେ ଏହାକୁ ରକ୍ଷା କରିବା ପାଇଁ ମମତା ଦିଦି ନିର୍ବାଚନ ପରାଜୟ ଭୟରେ ହିଂସା ଏବଂ ଅରାଜକତା ରାସ୍ତା ଆପଣାଇଛନ୍ତି ବୋଲି ପଶ୍ଚିମବଙ୍ଗରେ ନିଜର ଜନସଭାରେ ବିଜେପି କାର୍ଯ୍ୟକର୍ତାଙ୍କୁ ଟିଏମସିର ଆକ୍ରମଣ କରାଯିବା ପ୍ରସଙ୍ଗରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିଏମସିର ଏହି ଆକ୍ରମଣକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଡା ନିନ୍ଦା କରିବା ସହ କହିଛନ୍ତି ନିର୍ବାଚନକୁ ଆହୁରି ୧୫ ଦିନ ବାକି ରହିଥିବା ବେଳେ ଟିଏମସି ଭୟର ବାତାବରଣ ତିଆରି କରୁଛି । ନିଜ ସ୍ଥିତି ହରାଇ ସରିବା ପରେ ହିଂସା ଓ ଅରାଜକତାକୁ ଆପଣାଇଛି । ପଶ୍ଚିମବଙ୍ଗର ଜନତା ପରିବର୍ତନ ଚାହୁଁଛନ୍ତି ଏବଂ ପରିବର୍ତନ ପାଇଁ ମନ ବନାଇ ସାରିଲେଣି । ଏହି ଘଟଣା ସଂପର୍କରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯିବ । ହିଂସା ରୋକିବା ସହ ଅଧିକ ଅର୍ଦ୍ଧସାମରିକ ବଳ ନିୟୋଜିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦାବି କରିଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିର ସୋନଚୂରା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିର୍ବାଚନ ପ୍ରଚାର କରାଯିବା ବେଳେ ବିଜେପି କାର୍ଯ୍ୟକର୍ତାଙ୍କୁ ଟିଏମସି କର୍ମୀମାନେ ଆକ୍ରମଣ କରିଥିଲେ । ଟିଏମସି କର୍ମୀଙ୍କ ଦ୍ୱାରା ପଥର ମାଡ଼ ଯୋଗୁଁ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତା ପୂର୍ଣ୍ଣଚନ୍ଦ୍ର ପାତ୍ର ଗୁରୁତର ଆହତ ହେବା ସହ ଅନେକ କାର୍ଯ୍ୟକର୍ତା ଆହତ ହୋଇଥିଲେ । ଏହା ପରେ ଆହତ କାର୍ଯ୍ୟକର୍ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ କେନ୍ଦ୍ରମନ୍ତ୍ରୀ ଭର୍ତି କରିବା ସହ ପରେ ସେମାନଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।