କର୍ଣ୍ଣାଟକରେ ୟେଦୁରପ୍ପାଙ୍କୁ ବିଜେପିର ଝଟ୍‌କା ।

କର୍ଣ୍ଣାଟକରେ ୟେଦୁରପ୍ପାଙ୍କୁ ବିଜେପିର ଝଟ୍‌କା ।

କର୍ଣ୍ଣାଟକରେ ୟେଦୁରପ୍ପାଙ୍କୁ ବିଜେପିର ଝଟ୍‌କା ।
ରାଜ୍ୟସଭା ନିର୍ବାଚନ ପାଇଁ ଜୋରଧରିଛି ରାଜନୀତି । ରାଜ୍ୟସଭାର ୨୪ଟି ଆସନ ନିମନ୍ତେ ୧୯ ଜୁନରେ ହେବ ନିର୍ବାଚନ, ତାକୁ ନେଇ ସବୁ ଦଳରେ ରାଜନୀତି ସରଗରମ ହୋଇଉଠିଛି । ଗୁଜରାଟ କଂଗ୍ରେସରେ କେତେକ ବିଧାୟକଙ୍କ ଇସ୍ତଫା ପରେ ବିଜେପିର ସ୍ଥିତି ମଜବୁତ ହୋଇଛି। ଯେଉଁ ସବୁ ଆସନରେ ନିର୍ବାଚନ ହେବ ସେଥିରେ କର୍ଣ୍ଣାଟକରେ ୪, ଆନ୍ଧ୍ର ପ୍ରଦେଶରେ ୪, ଗୁଜରାଟରେ ୪, ମଧ୍ୟ ପ୍ରଦେଶରେ ୩, ରାଜସ୍ଥାନରେ ୩, ଝାଡ଼ଖଣ୍ଡରେ ୨ ଏବଂ ମେଘାଳୟ ଓ ମଣିପୁରରେ ଗୋଟିଏ ଲେଖାଏଁ ଆସନ ରହିଛି। ଏଥିରୁ ବିଜେପି ୯ଟି ଆସନ ସୁରୁଖୁରୁରେ ହାସଲ କରିପାରିବ ବୋଲି କୁହାଯାଉଛି। ବିଜେପି ୯ ଆସନ ହାସଲ କଲେ ରାଜ୍ୟସଭାରେ ଏନ୍ଡିଏର ସଂଖ୍ୟା ୧୦୦ ଛୁଇଁବ। ୨୪୨ ଆସନ ବିଶିଷ୍ଟ ରାଜ୍ୟସଭାରେ ୪ ଜଣ ମନୋନୀତ ସଦସ୍ୟଙ୍କ ସମର୍ଥନ ମଧ୍ୟ ଏନ୍ଡିଏକୁ ମିଳିପାରେ। ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ରାଜ୍ୟସଭା ପ୍ରାର୍ଥୀଭାବେ ପ୍ରଭାକର କୋରେ, ରମେଶ କଟ୍ଟି ଏବଂ ପ୍ରକାଶ ସେଟ୍ଟିଙ୍କ ନାମ ଦେଇଥିବା ବେଳେ ବିଜେପି ଏହାକୁ ପ୍ରତ୍ୟାଖ୍ୟାନ କରି ଏରନା କଡ଼ାଡ଼ି ଏବଂ ଅଶୋକ ଗସ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି।