ଶହେ ହାଇସ୍କୁଲ ହେବ ଉକ୍ରର୍ଷ
ଶହେ ହାଇସ୍କୁଲ ହେବ ଉକ୍ରର୍ଷ
admin
Oct 26, 2019 - 10:32
Updated: Oct 26, 2019 - 10:32
ଭୁବନେଶ୍ୱର : ରାଜ୍ୟର ୩୦ଟି ଜିଲ୍ଲାର ୧୦୦ଟି ଉଚ୍ଚ ବିଦ୍ୟାଳୟ (ହାଇସ୍କୁଲ)କୁ ଉକ୍ରର୍ଷ ବିଦ୍ୟାଳୟରେ ପରିଣତ କରାଯିବ । ଏଥିପାଇଁ ବିଦ୍ୟାଳୟ ଚିହ୍ନଟ କରାଯିବା ସହ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଷ୍ଟୁଡେଣ୍ଟ ହେଲପ୍ ଲାଇନ୍ ନମ୍ବରକୁ ସରଳୀକରଣ କରାଯାଇ ୫ ଡିଜିଟ୍ (୧୪୪୧୭) କରାଯାଇଛି । ଏଥିସହ ଷ୍ଟୁଡେଣ୍ଟ ଫିଡ୍ବ୍ୟାକ୍ ଡାଇରି ଓ ଏସ୍ଏମ୍ସି /ପିଟିଏ ଡାଇରି ବ୍ୟବସ୍ଥା ପ୍ରଚଳନ କରାଯାଉଛି । ପାଇଲଟ୍ ପ୍ରକଳ୍ପ ଭାବେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ପ୍ରକୃତ ସମୟ ଉପସ୍ଥାନ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା ଗ୍ରହଣ କରାଯିବ । "୫-ଟି' ମାଧ୍ୟମରେ ବିଭାଗୀୟ ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ପୂର୍ବାହ୍ନରେ ଲୋକସେବା ଭବନ ପ୍ରକୋଷ୍ଠରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ "୫-ଟି' ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ଶ୍ରୀ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ "୫-ଟି' ଆଧାରରେ ସମସ୍ତ କାର୍ଯ୍ୟକ୍ରମ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଅରୁମୁଗମ୍, ସ୍ୱତନ୍ତ୍ର ସଚିବ ବଶ୍ୱନାଥ ପ୍ରଧାନ, ଓସେପା ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଧଶକ ଭୂପିନ୍ଦର ସିଂ ପୁନିଆ, ବିଭାଗୀୟ ଅର୍ଥ ପରାମର୍ଶଦାତା ଦିଲ୍ଲୀପ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।