ଆସୁଛନ୍ତି ‘ବାବୁ ଭାଇଜାନ୍’

ଆସୁଛନ୍ତି ‘ବାବୁ ଭାଇଜାନ୍’

ଆସୁଛନ୍ତି ‘ବାବୁ ଭାଇଜାନ୍’
ନୂଆ ଓଡ଼ିଆ ଚିତ୍ର ‘ବାବୁ ଭାଇଜାନ୍’ ପୂଜାରେ ମୁକ୍ତିଲାଭ କରିବାର ଯୋଜନା ଥିଲେ ହେଁ ସୁଟିଂ ସରିପାରିନଥିଲା । ଫଳରେ ଏହାର ମୁକ୍ତିଲାଭ ତାରିଖ ଘୁଞ୍ଚାଇ ଦିଆଯାଇଥିଲା । ଏବେ ଏହି ଚିତ୍ର ସଜ ହେଉଛି ପ୍ରେକ୍ଷାଳୟକୁ ଆସିବା ପାଇଁ । ଖ୍ୱାଜା ଗରିବ ନୱାଜ ପ୍ରଡକ୍ସନ ନିବେଦିତ ଏ ଚିତ୍ରରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ଅରିନ୍ଦମ ଓ ଶିବାନୀ । ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ସୋମା ହୋତା, ସମରେଶ, ବବି ମିଶ୍ର, ଶ୍ରୀତମ ଦାସ ପ୍ରମୁଖ ଅଭିନୟ କରିଛନ୍ତି । ସନ୍ତୋଷ ନାରାୟଣ ଦାସ ପ୍ରଯୋଜିତ ଏ ଚିତ୍ରର ନିଦେ୍ର୍ଧଶନାରେ ତାପସ ସରଘରିଆ ଥିବା ବେଳେ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାସ । ସ୍ୱର ସଂଯୋଜନାରେ ମଳୟ ମିଶ୍ର ଥିବା ବେଳେ ଗୀତ ଲେଖିଛନ୍ତି ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଓ ପଞ୍ଚାନନ ନାୟକ ।