ଭ୍ୟାନରେ ଲାଗିବ ସ୍ପିଡ ଲେଜର ଗନ

ଭ୍ୟାନରେ ଲାଗିବ ସ୍ପିଡ ଲେଜର ଗନ

ଭ୍ୟାନରେ ଲାଗିବ ସ୍ପିଡ ଲେଜର ଗନ
ପ୍ରଥମ ଥର ପାଇଁ ହାଇୱେ ପାଟ୍ରୋଲିଂ ଭ୍ୟାନରେ ସ୍ପିଡ ଲେଜର ଗନ ଲାଗିବାକୁ ଯାଉଛି । ପୂର୍ବରୁ ଏହା କେବଳ ଏମଭିଆଇଙ୍କ ଗାଡ଼ିରେ ରହିଥିଲା । ବିଭିନ୍ନ ସମୟରେ ସେମାନେ ରାଜପଥ କଡ଼ରେ ଛିଡ଼ା ହୋଇ ଗାଡ଼ିର ବେଗ ଉପରେ ନଜର ରଖୁଥିଲେ । ଏବେ ଏହି ମେସିନ ପ୍ରତ୍ୟେକ ହାଇୱେ ପାଟ୍ରୋଲିଂ ଭ୍ୟାନରେ ଲାଗିବ । ଅତି କମରେ ଦେଢ଼ କିଲୋମିଟର ଦୂରରୁ ମେସିନ ଗାଡ଼ିର ଗତି ମାପି ପାରିବ । ଧାର୍ଯ୍ୟ ଗତିଠାରୁ ଅଧିକ ବେଗରେ ଗାଡ଼ି ଆସୁଥିଲେ, ପୁଲିସ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଫଳରେ ଅମାନିଆ କିମ୍ବା ମଦ୍ୟପ ଚାଳକଙ୍କ ଉପରେ ରୋକ ଲାଗିପାରିବ ଏବଂ ଦୁର୍ଘଟଣା ମଧ୍ୟ କମିବ ବୋଲି ବିଭାଗ ଆଶା କରିଛି । ସେଥିପାଇଁ ନିକଟରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଲେଜର ଗନ କିଣିବାକୁ ନିଷ୍ପତ୍ତି ହୋଇଛି ।