ଧମାକା କରିବ ‘ହାଉସଫୁଲ-୪’

ଧମାକା କରିବ ‘ହାଉସଫୁଲ-୪’

ଧମାକା କରିବ ‘ହାଉସଫୁଲ-୪’
ସାଜିଦ ନାଦିଆୱାଲା ପ୍ରଯୋଜିତ ‘ହାଉସଫୁଲ’ର ପ୍ରଥମ ଭାଗ ୨୦୧୦ ରେ ମୁକ୍ତିଲାଭ କରିଥିଲା । ହାସ୍ୟରସାତ୍ମକ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ଲାରା ଦତ୍ତ, ଦୀପିକା ପାଦୁକୋନ, ବୋମନ ଇରାନୀ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟି ସୁପରହିଟ ହେବା ପରେ ପ୍ରୟୋଜକ ଏହାର ଦ୍ୱିତୀୟ ଭାଗ ୨୦୧୨ ରେ ଦର୍ଶକଙ୍କୁ ଭେଟି ଦେଇଥିଲେ । ‘ହାଉସଫୁଲ-୨’ ପରେ ୨୦୧୬ ରେ ‘ହାଉସଫୁଲ-୩’ ମୁକ୍ତିଲାଭ କରିଥିଲା । ଚଳିତ ବର୍ଷ ଦୀପାବଳିରେ ‘ହାଉସଫୁଲ-୪’ ମୁକ୍ତିଲାଭ କରିବାକୁ ଯାଉଛି । ସାଜିଦ ଖାନ ନିଦେ୍ର୍ଧଶିତ ଏଇ ଚଳଚିତ୍ରରେ ଏଥରକ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ବବି ଦେୱାଲ, କୃତି ସାନନ, କୀର୍ତ୍ତି ଖରବନ୍ଦା, ପୂଜା ହେଗଡେ଼ ଓ ଚଙ୍କି ପାଣ୍ଡେ ଅଭିନୟ କରିଛନ୍ତି । କାହାଣୀରେ ଏଥରକ ୧୪୧୯ ସମୟର ଘଟଣା ଓ ୨୦୧୯ ର ସ୍ଥିତିକୁ ସାମଞ୍ଜସ୍ୟ କରାଯାଇ ଚିତ୍ରାୟଣ କରାଯାଇଛି । ଲଣ୍ଡନରେ ସୁଟିଂ ହୋଇଥିବା ‘ହାଉସଫୁଲ-୪’ ଟୁଡି ଓ ଥ୍ରୀଡିରେ ମୁକ୍ତିଲାଭ କରିବାକୁ ଯାଉଛି । ସୋସିଆଲ ସାଇଟ୍ ଜରିଆରେ ଚଳଚ୍ଚିତ୍ରର ପୋଷ୍ଟର ମୁକ୍ତିଲାଭ କରିଛି ।