ଗୋଟିଏ ଫିଲ୍ମରେ ଏକ ବିଲିଅନ୍

ଗୋଟିଏ ଫିଲ୍ମରେ ଏକ ବିଲିଅନ୍

ଗୋଟିଏ ଫିଲ୍ମରେ ଏକ ବିଲିଅନ୍
ତାମିଲ ସୁପରଷ୍ଟାର ଅଭିନେତା ବିଜୟ ଏବେ ତାମିଲ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତା ଭାବେ ଗଣା ହେଉଛନ୍ତି । ସେ ତେଲୁଗୁ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କ ଠାରୁ ମଧ୍ୟ ଅଧିକ ଅର୍ଥ ନେଉଛନ୍ତି । ଖବର ମିଳିଛି ଅଭିନେତା ବିଜୟ ଫିଲ୍ମ ‘ଥଲପଥି ୬୫’ ରେ ଅଭିନୟ କରିବା ପାଇଁ ସାଇନ କରିଛନ୍ତି । ସେଥିପାଇଁ ସେ ଏକ ବିଲିଅନ ବା ୧୦୦ କୋଟି ଟଙ୍କା ଚାର୍ଜ କରିଛନ୍ତି । କିନ୍ତୁ ଏହି ଖବରର ଏବେ ଅଫିସିଆଲ ଘୋଷଣା ହୋଇନାହିଁ । ଥଲପଥି ୬୫ ଫିଲ୍ମ ନିର୍ମାଣ କରୁଥିବା ସନ୍ ପିକ୍ଚରସ୍ ପ୍ରଡକ୍ସନ ୫୦ କୋଟି ଟଙ୍କା ଆଡଭାନ୍ସ ଭାବେ ବିଜୟଙ୍କୁ ଦେଇସାରିଲେଣି । ଏହି ଫିଲ୍ମର ଦୁଇଜଣ ନିର୍ଦ୍ଦେଶକ ବିଜୟଙ୍କୁ ଫିଲ୍ମରେ ଅଭିନୟ କରିବାକୁ ଚୟନ କରିଥିଲା ବେଳେ ଫିଲ୍ମ ନିର୍ମାତା କିନ୍ତୁ ଏଥିରେ ରାଜି ନାହାନ୍ତି । ବିଜୟ ଏବେ ଫିଲ୍ମ ‘ମାଷ୍ଟର’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ସେ କଲେଜ ଅଧ୍ୟାପକଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ବିଜୟଙ୍କ ସହିତ ଅଭିନେତା ବିଜୟ ସେତୁପତି ମଧ୍ୟ ରହିଛନ୍ତି । ଫିଲ୍ମ ଚଳିତ ବର୍ଷ ଦୀପାବଳିକୁ ମୁକ୍ତିଲାଭ କରିବ । ସେହିପରି ଅଭିନେତା ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ସେ ଏହି ଫିଲ୍ମ ପାଇଁ ୯୦ କୋଟି ଟଙ୍କା ଚାର୍ଜ କରିଛନ୍ତି । ଏହି ଫିଲ୍ମ ପୋଙ୍ଗଲ ଉତ୍ସବରେ ମୁକ୍ତିଲାଭ କରିବ ।