ବାୟୋପିକ କରିବେ ରଣବୀର କପୁର

ବାୟୋପିକ କରିବେ ରଣବୀର କପୁର

ବାୟୋପିକ କରିବେ ରଣବୀର କପୁର
ବର୍ତ୍ତମାନ ବଲିଉଡ଼ରେ ବାୟୋପିକର ଟ୍ରେଣ୍ଡ ଚାଲିଥିବା ବେଳେ ନିର୍ଦ୍ଦେଶକ ଅନୁରାଗ ବସୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି । ନାମୀ ଗାୟଗ ସ୍ୱର୍ଗୀୟ କିଶୋର କୁମାରଙ୍କ ଜୀବନୀ ଉପରେ ସେ ବାୟୋପିକର ଶୁଭାରମ୍ଭ କରିବେ ଘୋଷଣା କରିଛନ୍ତି । ଏହି ଚରିତ୍ର ନିମନ୍ତେ ଅଭିନେତା ରଣବୀର କପୁରଙ୍କୁ ପ୍ରସ୍ତାବ ଦିଆଯାଇଛି । ରଣବୀର ଏହି ଭୂମିକା ପାଇଁ ଖୁବ ଉତ୍ସାହିତ ଥିବା ବେଳେ ଆସନ୍ତା ମାସ ମଧ୍ୟ ଭାଗରେ ଏହାର ସ୍କ୍ରିନ ଟେଷ୍ଟ ଆରମ୍ଭ ହେବ । ଅନୁରାଗ ଓ ରଣବୀର ପୂର୍ବରୁ ‘ବର୍ଫି’ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ଓ ତାହା ସୁପରହିଟ୍‍ ସାବ୍ୟସ୍ତ ହୋଇଥିଲା । ଦ୍ୱିତୀୟ ଥର ଏଇ ଯୋଡ଼ି ଏକତ୍ର କାମ କରିବାକୁ ଯାଉଛନ୍ତି । ପୂରା ସିନେଜଗତର ଆଖି ସେମାନଙ୍କ ଉପରେ ଅଛି । ଏଥିରେ ଅନ୍ୟାନ୍ୟ ଭୂମିକାରେ ଦୀପିକା ପାଦୁକୋନ, ସୋନମ କପୁର ଅଭିନୟ କରିବାର ଯୋଜନା ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ।