ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା ବିହାର ପୋଲିସ

ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା ବିହାର ପୋଲିସ

ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା ବିହାର ପୋଲିସ
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି ବିହାର ପୋଲିସ୍ । ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗ ପରେ ବିହାର ପୋଲିସ୍ ପକ୍ଷରୁ ଏହି ତଦନ୍ତ ଆରମ୍ଭ କରାଯାଇଛି । ବଲିଉଡ ସହିତ ସମ୍ପୃକ୍ତ ନଥିବା ବିଭିନ୍ନ ଆକାଉଣ୍ଟକୁ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ପଠାଯାଇଥିବା ନେଇ ସୁଶାନ୍ତଙ୍କ ପିତା ଅଭିଯୋଗ କରିବା ପରେ ଏହି ତଦନ୍ତ ଆରମ୍ଭ କରାଯାଇଛି । ବିହାର ପୋଲିସର ଏକ ଚାରି ଜଣିଆ ଟିମ୍ ବାନ୍ଦ୍ରାରେ ପହଞ୍ଚି ଆକାଉଣ୍ଟ ଦେଣନେଣ ସମ୍ପର୍କରେ ଯାଞ୍ଚ କରୁଛି । ତେବେ ମୃତ୍ୟୁର ଦେଢ ମାସ ପରେ ମଧ୍ୟ ଏଫ୍ଆଇଆର ଦାଖଲ କରାନଯିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସେହିପରି ଅଣ୍ଡରୱାର୍ଲ୍ଡ ସମ୍ପର୍କ ଦାବି କରି ତଦନ୍ତ ଭାର ସିବିଅ୍ଧବ ଏବଂ ଇଙ୍ଗିକ ପ୍ରଦାନ କରିବା ପାଇଁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଦାବି କରିଛନ୍ତି ।