କରୋନାରେ ଭାରତୀୟ ସିନେମା ଜଗତ ୧୨ ହଜାର କୋଟି ଟଙ୍କାର କ୍ଷତି ସହିଛି
କରୋନାରେ ଭାରତୀୟ ସିନେମା ଜଗତ ୧୨ ହଜାର କୋଟି ଟଙ୍କାର କ୍ଷତି ସହିଛି
admin
Apr 23, 2021 - 06:01
Updated: Apr 23, 2021 - 06:01
ମୁମ୍ବାଇ: ଭାରତୀୟ ସିନେମା ଜଗତ ବର୍ଷ ୨୦୨୦ ରେ ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷତି ସହିଛି । ୨୦୧୯ ମସିହା ମୋଟ ୧୯,୧୦୦ କୋଟିର ରାଜସ୍ୱ ଆଦାୟ ହୋଇଥିବା ବେଳେ ଗତ ବର୍ଷ ଏହା ୭,୨୦୦ କୋଟିକୁ ଖସି ଆସିଛି । ବର୍ଷକ ମଧ୍ୟରେ ରାଜସ୍ୱ ପାଖାପାଖି ଦୁଇ ତୃତୀୟାଂଶ କମିଯାଉଛି ବୋଲି ସୂଚନା ଦେଇଛନ୍ତି ପ୍ରତୁ୍ୟସର୍ସ ଗିଲ୍ଡ ଅଫ ଇଣ୍ଡିଆର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କପୁର । ସିଦ୍ଧାର୍ଥ କହିଛନ୍ତି ଗତ ବର୍ଷ କରୋନା ପାଇଁ ସିନେମା ହଲ ଓ ପ୍ରେକ୍ଷାଳୟଗୁଡ଼ିକ ପ୍ରଥମରୁ ବନ୍ଦ କରିଦିଆଯାଇଥିଲା । ତେବେ ପରିସ୍ଥିତିରେ ସୁଧାର ଆସିବାରୁ ହଲଗୁଡ଼ିକୁ ଖୋଲିଥିଲେ ହେଁ ଭୟରେ ଲୋକେ ଆସିନଥିଲେ । ଏହା ଦେଖି ନିର୍ମାତାମାନେ ଓଟିଟି ପ୍ଲାଟଫର୍ମ ଜରିଆରେ ଚଳଚ୍ଚିତ୍ରଗୁଡ଼ିକୁ ପ୍ରସାରଣ କରିବାକୁ ବାଧ୍ୟ ହେଲେ । ସେହିପରି ସୁଟିଂ ଉପରେ କଟକଣା ଓ ହଲଗୁଡ଼ିକ ପୁରୁ ନଥିବାରୁ ପ୍ରୟୋଜକମାନେ ମଧ୍ୟ ଉଚ୍ଚ ବଜେଟ ଚଳଚ୍ଚିତ୍ର ନିର୍ମାଣ ପାଇଁ ପଛଘୁଞ୍ଚା ଦେଇଥିଲେ । ଏହି ସବୁ କାରଣ ପାଇଁ ପୂରା ଭାରତୀୟ ସିନେମା ଶିଳ୍ପ ପାଇଁ ବର୍ଷ ୨୦୨୦ ପୂରା ଅମଙ୍ଗଳ ଥିଲା ବୋଲି ଧରାଯାଇପାରେ । କିନ୍ତୁ ଏବେ କରୋନାର ଦ୍ୱିତୀୟ ଲହର ଆସି ପୁଣି ସିନେମା ଶିଳ୍ପ ଆଗରେ କଣ୍ଟା ହୋଇ ଛିଡା ହେଲାଣି । ତେଣୁ ଗତବର୍ଷ ଭଳି ପରିସ୍ଥିତି ଉପୁଜିଲେ, ସ୍ଥିତି ଅସମ୍ଭାଳ ହୋଇଯିବ । ଏହା ଉପରେ ନିର୍ଭର କରି ପରିବାର ଚଳାଉଥିବା ୭ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ରୋଜଗାର ହରାଇବେ ବୋଲି ସିଦ୍ଧାର୍ଥ ଆଶଙ୍କା ପ୍ରକାଶ କରିଛନ୍ତି ।