ଜୟାଙ୍କୁ ପ୍ରେମପତ୍ର ପଠାଉଥିଲେ ଅମିତାଭ

ଜୟାଙ୍କୁ ପ୍ରେମପତ୍ର ପଠାଉଥିଲେ ଅମିତାଭ

ଜୟାଙ୍କୁ ପ୍ରେମପତ୍ର ପଠାଉଥିଲେ ଅମିତାଭ
ଦିଗଗଜ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ବିବାହ ପୂର୍ବରୁ ଢେ଼ର ସାରା ପ୍ରେମ ପତ୍ର ପଠାଉଥିଲେ ବିଗ ବି ଅମିତାଭ ବଚ୍ଚନ । କେବିସିର ବୁଧବାର ଏପିସୋଡରେ ବିଗ ବି ନିଜେ ଏକଥା କହିଛନ୍ତି । ଏଥିସହ ତାଙ୍କ ବିବାହର କାହାଣୀ ମଧ୍ୟ ଦର୍ଶକଙ୍କ ସହ ସେୟାର କରିଛନ୍ତି । ବିଗ ବି ହଟସିଟରେ ବସିଥିବା ଦୁଗ୍ଧ ବ୍ୟବସାୟୀ ଯୋଗେଶଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଆମ ବିବାହ କାହାଣୀ ସମସ୍ତଙ୍କ ଜଣା । ଆମେ ସାଙ୍ଗମାନେ ନିଷ୍ପତ୍ତି ନେଇଥିଲୁ ଯେ ଯଦି ଆମର ଆଗାମୀ ଚଳଚ୍ଚିତ୍ର ହିଟ ହୁଏ ତେବେ ଆମେ ବିଦେଶ ଭ୍ରମଣରେ ଯିବା । ସୌଭାଗ୍ୟ ବଶତଃ ଚଳଚ୍ଚିତ୍ରଟି ସୁପରହିଟ ହୋଇଥିଲା । ଏଣୁ ସେ ବିଦେଶ ଯିବାକୁ ପିତା ହରିବଂଶ ରାୟବଚ୍ଚନଙ୍କ ଅନୁମତି ନେଇଥିଲେ । ସ୍ୱର୍ଗତ ରାୟବଚ୍ଚନ ସେତେବେଳେ ଅମିତାଭଙ୍କୁ ପଚାରିଥିଲେ ତୁମ ସହ ଜୟା ବି ବିଦେଶ ଭ୍ରମଣରେ ଯିବେ କି? ଅମିତାଭ ହଁ କରିଥିଲେ । ଏହା ପରେ ଅମିତାଭ ଙ୍କ ପିତା କହିଥିଲେ, ତୁମେ ଦୁହେଁ ଏକାଠି ବିଦେଶ ଭ୍ରମଣରେ ଯାଇପାରିବ । କିନ୍ତୁ ଏହା ପୂର୍ବରୁ ଉଭୟଙ୍କୁ ବିବାହ କରିବାକୁ ହେବ । ଏହା ପରଦିନ ହିଁ ଅମିତାଭ ଓ ଜୟାଙ୍କ ବିବାହ ହୋଇଥିଲା ଓ ସମସ୍ତେ ମିଶି ବିଦେଶ ଭ୍ରମଣରେ ଯାଇଥିଲେ ।