୫୦୦ କୋଟିର ମାନହାନି ମକଦ୍ଧମା କଲେ ଅକ୍ଷୟ

୫୦୦ କୋଟିର ମାନହାନି ମକଦ୍ଧମା କଲେ ଅକ୍ଷୟ

୫୦୦ କୋଟିର ମାନହାନି ମକଦ୍ଧମା କଲେ ଅକ୍ଷୟ
ଖିଲାଡ଼ି ଅକ୍ଷୟ କୁମାର ବିହାରର ଜଣେ ୟୁଟୁ୍ୟବର ରାସିଦ ସିଦ୍ଧିକିଙ୍କ ଉପରେ ୫୦୦ କୋଟିର ମାନହାନି ମକଦ୍ଧମା ରୁଜୁ କରିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାରେ ଅକ୍ଷୟଙ୍କ ନାମ ଯୋଡ଼ି ଏହି ୟୁଟୁ୍ୟବ ର ମିଛ ଖବର ପ୍ରଚାର କରୁଥିବାରୁ ତାଙ୍କ ନାମରେ ଅକ୍ଷୟ ଅଭିଯୋଗ କରିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପୁଅ ଆଦିତ୍ୟ ଠାକରେ ଙ୍କ ନାମକୁ ଟାଣି ପୂର୍ବରୁ ମଧ୍ୟ ରାସିଦ ଗିରଫ ହୋଇ ସାରିଛନ୍ତି । ମଧ୍ୟାହ୍ନ ସୂଚନା ଅନୁଯାୟୀ ରସିଦ ଏକ ଭିଡିଓରେ କହିଥିଲେ ରିୟା ଚକ୍ରବର୍ତ୍ତୀଙ୍କୁ କାନାଡା ଫେରାର କରାଇବାରେ ଅକ୍ଷୟ ସାହାଯ୍ୟ କରିଥିଲେ । ଏଥିସହ ସୁଶାନ୍ତ ମୃତୁ୍ୟ ମାମଲା ସମ୍ପର୍କରେ ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କ ସହ ଅକ୍ଷୟ ଏକ ଗୁପ୍ତ ବୈଠକ କରିଥିଲେ । ସେ ଭିଡିଓରେ ଆହୁରି ମଧ୍ୟ କହିଥିଲେ ଯେ ସୁଶାନ୍ତ ‘ଏମ ଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରି’ କରିଥିବାରୁ ଅକ୍ଷୟ ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ । ଏଭଳି ମିଛ ଓ ଭିତ୍ତିହୀନ ଖବର ପ୍ରଚାର ପ୍ରଚାର ଅଭିଯୋଗରେ ଅକ୍ଷୟ ଏହି ମାନହାନି ମକଦ୍ଧମା କରିଛନ୍ତି ।