ଏକାଠି ରହୁନାହାନ୍ତି ଟାଇଗର ଶ୍ରଫ-ଦିଶା ପଟାନି

ଏକାଠି ରହୁନାହାନ୍ତି ଟାଇଗର ଶ୍ରଫ-ଦିଶା ପଟାନି

ଏକାଠି ରହୁନାହାନ୍ତି ଟାଇଗର ଶ୍ରଫ-ଦିଶା ପଟାନି
ଅଭିନେତା ଟାଇଗର ଶ୍ରଫ ଓ ଦିଶା ପଟାନିଙ୍କ ପ୍ରେମ ସମ୍ପର୍କକୁ ନେଇ ଢ଼େର ଦିନ ହେବ ଚର୍ଚ୍ଚା ଲାଗି ରହିଛି । ତେବେ ଟାଇଗର ଓ ଦିଶା ଲକଡାଉନରେ ଏକାଠି ଗୋଟିଏ ଘରେ ରହୁଥିବା ନେଇ ଯେଉଁ ଗୁଜବ ପ୍ରକାଶ ପାଇଥିଲା ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି ଟାଇଗରଙ୍କ ଭଉଣୀ କୃଷ୍ଣା ଶ୍ରଫ । ସେ କହିଛନ୍ତି ଯେ ଦିଶା ଆମେ ଘରେ ରହୁନାହାନ୍ତି, ବରଂ ସେ ଆମ ଘର ନିକଟରେ ରହୁଛନ୍ତି । ବେଳେ ବେଳେ ରାସନ ସାମଗ୍ରୀ ଆଣିବା ପାଇଁ ଯିବା ବେଳେ ଆମେ ଏକାଠି ଯାଉ ବୋଲି କୃଷ୍ଣା କହିଛନ୍ତି । ଟାଇଗର ଓ ଦିଶାଙ୍କ ବନ୍ଧୁତା ସମ୍ପର୍କରେ ନିଜ ମତ ରଖି କୃଷ୍ଣା କହିଛନ୍ତି, ସେମାନଙ୍କର ବନ୍ଧୁତା ବହୁଦିନର । ଆମେ ଫିଟନେସ ଅବସରରେ ଦିଶାଙ୍କୁ ଭେଟିଥିଲୁ । ଟାଇଗର ଏବେ ବି ଏକଲା ରହୁଛନ୍ତି । ସେ ଏକଥା ମଧ୍ୟ କହୁଛନ୍ତି ଯେବେ ଟାଇଗର ଫିଲ୍ମରେ ଅଭିନୟ କରିବା ଆରମ୍ଭ କଲେ ସେତେବେଳେ ମୁଁ ମୋ ଭାଇଙ୍କ ସହ ସମୟ ବିତାଇପାରୁନଥିଲି । ଏବେ କିନ୍ତୁ ଲକଡାଉନ ଯୋଗୁଁ ଏକାଠି ଖାଉଛୁ ଓ ବୋର୍ଡ ଖେଳୁଛୁ ।