ଏମିତି କଲେ ହଜମ ଶକ୍ତି ବଢିଥାଏ ।

ଏମିତି କଲେ ହଜମ ଶକ୍ତି ବଢିଥାଏ ।

ଏମିତି କଲେ ହଜମ ଶକ୍ତି ବଢିଥାଏ ।
ବିଶେଷଜ୍ଞଙ୍କ ମତରେ କେତୋଟି ଦିଗ ପ୍ରତି ସତର୍କ ରହିଲେ ଆମ ହଜମ ଶକ୍ତି ଭଲ ହୋଇଥାଏ । ନିଜ ଖାଦ୍ୟ ତାଲିକାରେ ପ୍ରତ୍ୟହ ଦହି ସାମିଲ କରନ୍ତୁ । ଦହି ପାନୀୟ କିମ୍ବା ଦହି ସାଲାଡ ଯେକୌଣସି ଭାବେ ଖାଇଲେ ମଧ୍ୟ ଶରୀର ପାଇଁ ଲାଭକାରୀ । ପ୍ରୋ ବାଇଓଟିକ୍ସ ଭରପୁର ଦହି ଖାଇଲେ ବିଭିନ୍ନ ପେଟ ରୋଗରୁ ମୁକ୍ତି ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ବୟସ୍କ ଲୋକେ ଦହି ନିୟମିତ ଖାଉଥିଲେ ନିଜ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ । ରସୁଣରେ ଥିବା ଏଲିସିନ ତତ୍ତ୍ୱ ଶରୀର ସଂକ୍ରମଣରୁ ରକ୍ଷା କରିବା ସହ ଥଣ୍ଡା ସର୍ଦ୍ଦିରୁ ବର୍ତ୍ତିମା ନିମନ୍ତେ ଶରୀରକୁ ଶକ୍ତି ଯୋଗାଇଥାଏ । ପେଟରୋଗୀମାନେ ପ୍ରତ୍ୟହ ରସୁଣଛୁଙ୍କ ପ୍ରସ୍ତୁତ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ସକାଳବେଳା ୨-୩ଟି ରସୁଣ ପାଖୁଡା ଖାଇଲେ ଶରୀର ଓଜନ ମଧ୍ୟ ନିୟନ୍ତ୍ରିତ ରହେ । ହୃଦରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ ରସୁଣର ଉପଯୋଗ ନିୟମିତ ଭାବେ ନିଜ ଖାଦ୍ୟରେ କରିବା ଲାଭପ୍ରଦ । ତ୍ୱଚା ଓ କେଶ ନିମନ୍ତେ ଏକ ଉତ୍ତମ ପରିବା ଭାବେ ଜଣାଯାଉଥିବା ଗାଜରକୁ ମଧ୍ୟ ନିଜ ଖାଦ୍ୟ ତାଲିକାରେ ସାମିଲ କରିବା ଉଚିିତ । ନିଶାସେବନ କରୁଥିବା ଲୋକଙ୍କର ଦୃଷ୍ଟି ଶକ୍ତି ପ୍ରଭାବିତ ହୋଇଥାଏ । ଏହି ରୋଗୀମାନେ ଗାଜର ପ୍ରସ୍ତୁତ ବ୍ୟଞ୍ଜନ କିମ୍ବା ଗାଜର ରସ ପିଇଲେ ସେମାନଙ୍କ ଆଖିର ଜ୍ୟୋତି ବୃଦ୍ଧି ପାଉଥିବାର ବିଶେଷଜ୍ଞଙ୍କ ମତ । ବଦହଜମ ସମସ୍ୟା ହେଉଥିବା ରୋଗୀମାନେ ମଧ୍ୟ ଗାଜର ଖାଇଲେ ଲାଭ ମିଳେ । ଛତୁ, ଏହି ପରିବା ଖାଇଲେ ମଧ୍ୟ ପେଟ ସଂକ୍ରମଣରୁ ରକ୍ଷା ମିଳିଥାଏ । ଆଣ୍ଟିଅକ୍ସିଡାଣ୍ଟ ଭରପୁର ଛତୁ ଫାଇବରର ଉତ୍ତମ ସ୍ରୋତ । ଛତୁ ଆଣି ତାହାକୁ ପରିଷ୍କାର ଭାବେ ହଳଦି ପାଣିରେ ଧୋଇ ପରେ ବ୍ୟଞ୍ଜନ ପ୍ରସ୍ତୁତ କରିବା ଉଚିତ । ଗୁଡ଼ ଖାଇଲେ ଆମ ସ୍ମୃତି ଶକ୍ତି ଭଲ ହେବା ସହ ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ବର୍ଷକ ୧୨ ମାସ ପ୍ରତ୍ୟହ ବୟସର ଲୋକ ଅଳ୍ପ ପରିମାଣର ଗୁଡ଼ ନିୟମିତ ଖାଦ୍ୟ ତାଲିକାରେ ସାମିଲ କରିବା ଉଚିତ ।