ଚନ୍ଦ୍ରଧୂଳିରୁ ଅମ୍ଳଜାନ ...

ଚନ୍ଦ୍ରଧୂଳିରୁ ଅମ୍ଳଜାନ ...

ଚନ୍ଦ୍ରଧୂଳିରୁ ଅମ୍ଳଜାନ ...
ୟୁରୋପୀୟ ମହାକାଶ ଏଜେନ୍ସି ନେଦରଲ୍ୟାଣ୍ଡରେ ନିଜର ଏକ ପ୍ଲାଣ୍ଟ ଉନ୍ମୋଚନ କରିଛି । ବିଶେଷତ୍ୱ ଏହି ଯେ ଚନ୍ଦ୍ର ଧୂଳିରୁ ଏହା ଅମ୍ଳଜାନ ନିଷ୍କାସନ କରିବ । ଦୀର୍ଘକାଳୀନ ଗବେଷଣା ନିମିତ୍ତ ମହାକାଶରେ ଅମ୍ଳଜାନ ସୃଷ୍ଟି କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଦ୍ୱାରା ମହାକାଶଚାରୀମାନେ ନିଜ ଶ୍ୱାସକି୍ରୟା ପାଇଁ ନିଜେ ବାୟୁ ଉପôାଦନ କରିପାରିବେ । ଏହି ପ୍ଲାଣ୍ଟ ୯୫୦ ଡିଗ୍ରୀ ସେଲସିୟସରେ ତରଳ କ୍ୟାଲସିୟମ କ୍ଲୋରାଇଡର ଚନ୍ଦ୍ର ଧୂଳିକଣାକୁ ରଖେ । ତା ପରେ ଏହି ତରଳ ମଧ୍ୟରେ ବିଦୁ୍ୟତ କରେଣ୍ଟ ଚାର୍ଜ କରେ । କରେଣ୍ଟ ଉପକରଣ ମଧ୍ୟକୁ ଯାଇ ଅମ୍ଳଜାନକୁ ଅଲଗା କରେ ଏବଂ ଧୂଳିକୁ ବ୍ୟବହାର ଯୋଗ୍ୟ ମିଶ୍ର ଧାତୁରେ ରୂପାନ୍ତର କରେ । ଏହି ପ୍ରୋଟୋଟାଇପ୍ ଦିନେ ଚନ୍ଦ୍ରରେ ଆତ୍ମନିର୍ଭରଶୀଳ ସ୍ଥାୟୀ ବସବାସର ମୂଳଦୁଆ ସ୍ଥାପନ କରିବାରେ ସହାୟକ ହେବ ବୋଲି ଗବେଷକମାନେ ଆଶାବାଦୀ । ବାସ୍ତବ ମହାକାଶ ଶିକାର ବିଶ୍ଲେଷଣରୁ ଜଣାପଡ଼ିଛି ଯେ ଚନ୍ଦ୍ର ରିଗୋଲିଥ ଓଜନର ୪୦-୫୦ ପ୍ରତିଶତ ଅମ୍ଳଜାନ ଦ୍ୱାରା ପ୍ରସ୍ତୁତ, ଯାହା ଏହାର ଏକମାତ୍ର ସର୍ବାଧିକ ପ୍ରଚୁର ଉପାଦାନ । କିନ୍ତୁ ଏହି ଅମ୍ଳଜାନ ଖଣିଜ କିମ୍ବା କାଚ ରୂପେ ଅନ୍ୟ ଉପାଦାନ ସହିତ ମିଶି ରହିଛି । ତେଣୁ ଇଲେକ୍ଟ୍ରାଲିସିସ (ତରଳ ମଧ୍ୟରେ ବୈଦୁ୍ୟତିକ କରେଣ୍ଟ ଚାଲିବା) ପ୍ରକି୍ରୟା ଅମ୍ଳଜାନକୁ ଗ୍ୟାସ ରୂପେ ବ୍ୟବହାର ପାଇଁ ଉକ୍ତ ଅମ୍ଳଜାନକୁ ଗଚ୍ଛିତ ରଖିବ । ବର୍ତ୍ତମାନ ଏହି ପ୍ରକି୍ରୟା ଚନ୍ଦ୍ର ପୃଷ୍ଠ ଧୂଳିର ନକଲ ଭାବେ ଡିଜାଇନ କରାଯାଇଥିବା ନକଲି ଧୂଳି ଉପରେ ପ୍ରୟୋଗ କରାଯାଉଛି । ଅମ୍ଳଜାନକୁ ବାଷ୍ପ ଭାବେ ବାହାର କରାଯାଉଛି । ପରେ ଏହାର ଗଚ୍ଛିତ ପ୍ରକି୍ରୟାକୁ ପ୍ରୋଟୋଟାଇପରେ ସାମିଲ କରାଯିବ । ନେଦରଲ୍ୟାଣ୍ଡ ସ୍ଥିତ ୟୁରୋପିଆନ ସ୍ପେସ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ସେଣ୍ଟରର ମ୍ୟାଟେରିଆଲ ଆଣ୍ଡ ଇଲେକ୍ଟି୍ରକାଲ କମ୍ପୋନେଣ୍ଟସ ଲାବୋରଟୋରିରେ ଏହି ପ୍ରୋଟୋଟାଇପ ନିର୍ମାଣ କରାଯାଇଛି ।