ବିନା ମାଟିରେ ଚାଷ

ବିନା ମାଟିରେ ଚାଷ

ବିନା ମାଟିରେ ଚାଷ
ଜନସଂଖ୍ୟା ବୃଦ୍ଧି ତଥା ଶିଳ୍ପାୟନର ପ୍ରସାର ଯୋଗୁଁ ଦିନକୁ ଦିନ ଚାଷଉପଯୋଗୀ ଜମି କମିବାର ଲାଗିଛି । ସେଥିପାଇଁ ବିନା ମାଟିରେ ଚାଷ ନିହାତି ଏକ ବିକଳ୍ପ । ଟମୋଟା ନିତ୍ୟବ୍ୟହାର୍ଯ୍ୟ ପରିବା ।ଆସନ୍ତୁ ଜାଣିବା କିପରି ବିନାମାଟିରେ ଏହାକୁ ଚାଷ କରାଯାଇପାରିବ । ଟମୋଟା: ଏକ ପ୍ଳାଷ୍ଟିକ ବୋତଲ ନିଅନ୍ତୁ ଏବଂ କ୍ୟାପ ଥିବା ଅଂଶକୁ ୨ ଭାଗ ଏବଂ ଅନ୍ୟପାଶ୍ୱର୍କୁ ୧ ଭାଗ ରଖନ୍ତୁ । ପୂର୍ବରୁ ଟମାଟୋ ଚାରାକୁ ଏକ କାଗଜଗ୍ଳାସରେ ପ୍ରତିଗଛକୁ ବଢାନ୍ତୁ । ଏହା କାଗଜପତ୍ର ବିଶିଷ୍ଟ ହେଲେ ଏହା ଉପରେ ନଡିଆ କତା ଦେଇ କାଗଜ ଗ୍ଳାସରୁ କାଢି ଦିଅନ୍ତୁ । ତାପରେ ସେ ଗଛକୁ ବୋତଲର କ୍ୟାପ ମଧ୍ୟଦେଇ ଧୀରେ ଧୀରେ ପୂରେଇ ଦିଅନ୍ତୁ ଏବଂ ବୋତଲରେ କିଛି ଖତ ଏବଂ ବାଲି ପୂରେଇ ଦିଅନ୍ତୁ । ବୋତଲରେ ଏକ ଛିଦ୍ର କରି କୌଣସି ଏକ ଦଉଡି କିମ୍ବା ବାଉଁଶରେ ବାନ୍ଧି ଦିଅନ୍ତୁ । ଯେପରିକି ଗଛଟି ବାହାରକୁ ଓହଳିକି ରହିବ ଏବଂ ବୃଦ୍ଧିରେ ସାହାର୍ଯ୍ୟ କରିବ ଏବଂ କିଛିଦିନ ମଧ୍ୟରେ ଫଳ ଆସିବ । ଖତରେ ଆପଣ ଚାହିଁଲେ କିଛି ଜୈବିକ ପୋଷକ କିମ୍ବା ଅଜୈବିକ ସାର ପ୍ରୟୋଗ କରିପାରିବେ ।