ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ
ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ
admin
Aug 18, 2019 - 06:54
Updated: Aug 18, 2019 - 06:54
ଭୁବନେଶ୍ଵର: ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରଣଜିତ ଗୁରୁଙ୍କର ଶନିବାର ରାତି ପ୍ରାୟ ୧ଟା ବେଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି କିଡ୍ନୀଜନିତ ରୋଗରେ ଆକ୍ରାନ୍ତ ଥିଲେ। ଶନିବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କିମ୍ସ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ରାତି ପ୍ରାୟ ଗୋଟାଏ ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୦୫ରେ ତାଙ୍କର କିଡ୍ନୀ ପ୍ରତିରୋପଣ କରାଯାଇଥିଲା। ରବିବାର ତାଙ୍କ ଘର ବରଗଡ଼ ଜିଲା ଗୋଡ଼ଭଗା ନିକଟ ମହଖଣ୍ଡ ଗ୍ରାମରେ ଅନ୍ତିମ ସଂସ୍କାର କରାଯିବ। ରଣଜିତ ଗୁରୁଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।