ମୁହଁ ଖୋଲିଲେ ଏମାର ମଠର ମହନ୍ତ

ମୁହଁ ଖୋଲିଲେ ଏମାର ମଠର ମହନ୍ତ

ମୁହଁ ଖୋଲିଲେ ଏମାର ମଠର  ମହନ୍ତ
ପୁରୀ: ପୁରୀ ଏମାର ମଠରେ ଚାଲିଛି ଉଚ୍ଛେଦ କାମ । ମଠ ଭିତରକୁ ଆଉ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ପୁରା ମଠ ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୯୦୦ ବର୍ଷର ଏହି ପୁରୁଣା ମଠର ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ଏଥିରେ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ବାଧକ ସାଜିଛନ୍ତି । ତେବେ ଶୁକ୍ରବାର ପ୍ରଥମ ଥର ପାଇଁ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ମୁହଁ ଖୋଲିଛନ୍ତି । ଏକ ବୈଦୁ୍ୟତିକ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଏମାର ମଠ ଉଚ୍ଛେଦ ପୂର୍ବରୁ ପ୍ରଶାସନ ଆଲୋଚନା କରିଥିଲା । ଆଲୋଚନା ସମୟରେ ମଠର ଆଂଶିକ ଉଚ୍ଛେଦ ନେଇ ସମ୍ମତି ଦିଆଯାଇଥିଲା । ମଠର ଅବ୍ୟବହ୍ୟତ କୋଠି ଓ ବିପଦସଙ୍କୁଳ ଘରକୁ ଉଚ୍ଛେଦ ପାଇଁ ସମ୍ମତି ଦିଆଯାଇଥିଲା । ସାଧାରଣ ଲୋକଙ୍କ କାମରେ ଆସିବାନେଇ ସମ୍ମତି ଦିଆଯାଇଥିଲା । ତେବେ ରଘୁନନ୍ଦନ ଲାଇବ୍ରେରୀର ଉଚ୍ଛେଦ ନେଇ କୁହାଯାଇନଥିଲା । ଲାଇବ୍ରେରୀର ଉଚ୍ଛେଦ ନେଇ ତାଙ୍କୁ କୁହାଯାଇନଥିବା ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ କହିଛନ୍ତି । ସେ କହିଛନ୍ତି ଯେ, ଲାଇବ୍ରେରୀ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ପ୍ରଶାସନର ଅନୁମତି ନେଇ ଲକ୍ଷାଧିକ ଖର୍ଚ୍ଚରେ ଲାଇବ୍ରେରୀର ମରାମତି କରାଯାଇଥିଲା । ତେବେ ପ୍ରଶାସନ ନିଜ ଇଚ୍ଛା ଅନୁସାରେ ଲାଇବ୍ରେରୀ ଭାଙ୍ଗିଥିବା ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ କହିଛନ୍ତି । ଅନ୍ୟପକ୍ଷରେ ମୌନ ରହିବା ଓ ମଠକୁ ଗଣମାଧ୍ୟମକୁ ମନା ଖବରକୁ ମହନ୍ତ ଖଣ୍ଡନ କରିଛନ୍ତି ।