ହଡ଼ବେଡ଼ଇ ଯାଇଛି ପାକିସ୍ତାନ:ସାମ୍ବାଦିକଙ୍କ ଶରଣ ପଶିଲେ ଇମ୍ରାନ

ହଡ଼ବେଡ଼ଇ ଯାଇଛି ପାକିସ୍ତାନ:ସାମ୍ବାଦିକଙ୍କ ଶରଣ ପଶିଲେ ଇମ୍ରାନ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ୩୭୦ ଉଚ୍ଛେଦ ପରେ ହଡ଼ବେଡ଼ଇ ଯାଇଛି ପାକିସ୍ତାନ । ଖାଲି ହଡ଼ବଡେ଼ଇନି, ଏକଦମ ଦେବାଳିଆ ହୋଇଯାଇଛି । ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିଆସୁଛି ପାକିସ୍ତାନ । ଏପରିକି ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ବିଭିନ୍ନ ଦେଶକୁ ଅନୁରୋଧ ମଧ୍ୟ କରିଥିଲା ପାକିସ୍ତାନ । ହେଲେ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଅଭ୍ୟନ୍ତରୀଣ ବ୍ୟାପାର ବୋଲି କହି କେହି ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ତେବେ ସବୁଠି ବିଫଳ ହେବା ପରେ ପାକିସ୍ତାନ ଏକ ନୂଆ ଖେଳିବାକୁ ଯାଉଛି । ଭାରତର କାଶ୍ମୀର ପଦକ୍ଷେପ ନେଇ ଭୀତତ୍ରସ୍ତ ପାକିସ୍ତାନ ଶେଷରେ ସାମ୍ବାଦିକଙ୍କ ଶରଣ ପଶିଛି । କାଶ୍ମୀର ସ୍ଥିତି ଦେଖାଇବାକୁ ବିଦେଶୀ ସାମ୍ବାଦିକଙ୍କ ଶରଣ ପଶିଛି ପାକିସ୍ତାନ । ପ୍ରାୟ ୫୦ ଜଣ ବିଦେଶୀ ସାମ୍ବାଦିକଙ୍କୁ ଡାକି ଏଲଓସି ବୁଲାଇଛି ପାକିସ୍ତାନ । ବିଦେଶୀ ସାମ୍ବାଦିକଙ୍କୁ ଡାକି ଭାରତ ବିରୋଧୀ ରିପୋର୍ଟ ପାଇଁ ଉସୁକାଇଥିବା କୁହାଯାଉଛି ।