କରୋନା ଅପଡେଟ୍ : ୨୪ ଘଣ୍ଟାରେ ୪୪ ହଜାର ଆକ୍ରାନ୍ତ, ୫୨୪ ମୃତ

କରୋନା ଅପଡେଟ୍ : ୨୪ ଘଣ୍ଟାରେ ୪୪ ହଜାର ଆକ୍ରାନ୍ତ, ୫୨୪ ମୃତ

କରୋନା ଅପଡେଟ୍ : ୨୪ ଘଣ୍ଟାରେ ୪୪ ହଜାର ଆକ୍ରାନ୍ତ, ୫୨୪ ମୃତ
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୪ ଜଣଙ୍କର ମୃତ୍ୟୁ ଘଟିଛି । ୪୪ ହଜାର ୪୮୯ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଲକ୍ଷ ୬୬ ହଜାର ୭୦୫ରେ ପହଞ୍ଚିଛି । ଏହା ସହିତ ୫୨୪ ନୂତନ ମୃତ୍ୟୁ ଘଟି ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୫ ହଜାର ୨୨୩ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୩୬ ହଜାର ୩୬୭ ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୮୬ ଲକ୍ଷ ୭୯ ହଜାର ୧୩୮ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୭୫୯୮ ବୃଦ୍ଧି ଘଟି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୨ ହଜାର ୩୪୪ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ଅତିକ୍ରମ କରିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୩ ଲକ୍ଷ ୨୧ ହଜାର ୪୪୦ରେ ପହଞ୍ଚିଛି । ୧୪ ଲକ୍ଷ ୨୦ ହଜାର ୯୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ କୋଟି ୮୬ ଲକ୍ଷ ୭୧ ହଜାର ୧୧୯ ଜଣ ସୁସ୍ଥ ହୋଇଛନ୍ତି । ଏହା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨ ଲକ୍ଷ ୩୦ ହଜାର ୨୩୦ ରହିଛି ।