ପୁଣି ୨୩୧ ପଜିଟିଭ ଚିହ୍ନଟ

ପୁଣି ୨୩୧ ପଜିଟିଭ ଚିହ୍ନଟ

 ପୁଣି ୨୩୧ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୩୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୩ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୯୮ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୯୨୧ରେ ପହଁଚିଛି । ୩୨୬୭୭୮ ଜଣ ସୁସ୍ଥ ହୋଇଥିବାବେଳେ ୨୨୦୩ଜଣ ଚିକିତ୍ସାଧୀନ ଅଛନ୍ତି । ଆଜି ଅନୁଗୁଳରୁ ୨୧ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୮, ବରଗଡ଼ ୨୫, ଭଦ୍ରକ ୫, ବଲାଙ୍ଗିର ୧୧, ବୌଦ୍ଧ ୧, କଟକ ୧୧, ଦେଓଗଡ଼ ୨, ଢେଙ୍କାନାଳ ୨, ଗଜପତି ୩, ଗଞ୍ଜାମ ୪, ଜଗତସିଂହପୁର ୨, ଯାଜପୁର ୧୨, ଝାରସୁଗୁଡ଼ା ୧୫, କଳାହାଣ୍ଡି ୧, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର୯, ଖୋର୍ଦ୍ଧା ୧୧, କୋରାପୁଟ ୩, ମୟୂରଭଞ୍ଜ ୮, ନବରଙ୍ଗପୁର ୨, ନୟାଗଡ଼ ୨, ନୂଆପଡ଼ା ୧, ପୁରୀ ୧୦, ରାୟଗଡ଼ା ୧, ସମ୍ବଲପୁର ୧୪, ସୋନପୁର ୨, ସୁନ୍ଦରଗଡରୁÿ ୩୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ୩ବୋଲି ଜଣାଯାଇଛି ।