ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ
ଭୁବନେଶ୍ୱର: ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ । ଏହି ସୂଚନା ଦେଇଛନ୍ତି ଡିଏମଇଟି । ତାଙ୍କ ସୂଚନା ଅନୁଯାୟୀ ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ସେମାନଙ୍କୁ ହିଁ ଟିକା ଦିଆଯିବ । କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ୧୦ ଦିନରେ ଟିକା ପହଞ୍ଚିବ । ଟିକା ପହଞ୍ଚିବାର ଦିନେ ଦୁଇ ଦିନ ଭିତରେ ଟିକାକରଣ ହେବ । ୨ଟି ଡୋଜରେ ଟିକା ଦିଆଯିବ । ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ବୋଲି ଡିଏମଇଟି ସୂଚନା ଦେଇଛନ୍ତି । ପୂର୍ବରୁ ଡିଏମଇଟି ସୂଚନା ଦେଇ କହିଥିଲେ ଯେ, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ ଟିକାକରଣ କରିବୁ । ୨ଟି ଟିକାକୁ ଡିସିଜିଆଇ ଅନୁମୋଦନ ପରେ ଡିଏମଇଟିଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା । ସେ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ କେନ୍ଦ୍ର ପାଖରେ ଦାବି କରିଛୁ । ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ । ପ୍ରାଥମିକତା ଦେବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ସିଇଓଙ୍କ ସହ କଥା ହୋଇଥିଲେ । ସେରମ ପାଖରେ ୫ କୋଟି ଟିକା ଅଛି । ୨ ଦିନ ଭିତରେ ବିତରଣ ହୋଇପାରେ । କୋଭିସିଲ୍ଡର ୭୦ରୁ ୯୦ ଓ କୋଭାକ୍ସିନର ୯୦ରୁ ୯୫% ଗୁଣବତ୍ତା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୩.୨୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି ବୋଲି ଡିଏମଇଟିଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।