ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା : ୨୦୦ ଅତିକ୍ରମ କଲା ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା : ୨୦୦ ଅତିକ୍ରମ କଲା ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା : ୨୦୦ ଅତିକ୍ରମ କଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର:ରାଜ୍ୟରେ କରୋନା ଆଉ ୧୦ ମୁଣ୍ଡ ନେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୦ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଏବଂ ରାୟଗଡାରେ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଗଜପତିରୁ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ହାନି ଘଟିଛି । ସେହିପରି ଖୋର୍ଦ୍ଧା ଏବଂ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୦୭ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଛି ।