୨୦୪ ଦେଶରେ ତାଣ୍ଡବ ରଚୁଛି କରୋନା।

୨୦୪ ଦେଶରେ ତାଣ୍ଡବ ରଚୁଛି କରୋନା।

୨୦୪ ଦେଶରେ ତାଣ୍ଡବ ରଚୁଛି କରୋନା।
କରୋନା ଭାଇରସ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଦେଶକୁ କବଳିତ କରିଚାଲିଛି । ବର୍ତ୍ତମାନ ବିଶ୍ୱର ୨୦୪ ଟି ଦେଶ କରୋନା କବଳରେ ପଡ଼ିଥିଲା ବେଳେ ଦୁଇଟି ଜାହାଜ ମଧ୍ୟ ଏହାର କାୟାରୁ ବର୍ତ୍ତିପାରିନାହାନ୍ତି । ବର୍ତ୍ତମାନ ବିଶ୍ୱରେ ୧୦ ଲକ୍ଷ ୬୮ ହଜାର ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ୫୬ ହଜାର ଅତିକ୍ରିମ କରିଛି । ଅନ୍ୟ ପକ୍ଷରେ ୨ ଲକ୍ଷ ୨୬ ହଜାରରୁ ଅଧିକ ଲୋକ ଚିକିତ୍ସିତ ହୋଇ ଆରୋଗ୍ୟଲାଭ କରିଥିବା ରିପୋର୍ଟରୁ ଜଣାପଡ଼ିଛି । କରୋନା ସଂକ୍ରମଣରେ ଆମେରିକା ବିଶ୍ୱର ଅନ୍ୟ ସବୁ ଦେଶକୁ ପଛରେ ପକାଇଦେଇଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୦ ହଜାର ଅତିକ୍ରମ କରିଯାଇଥିଲା ବେଳେ ୬ ହଜାର ୫୫୨ ଜଣ ପ୍ରାଣ ହରାଇଛନ୍ତି । ଆମେରିକାରେ ଶୁକ୍ରବାର ଗୋଟିଏ ଦିନରେ ୧୨,୭୦୫ ନୂଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ ୪୮୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ସଂକ୍ରମଣରେ ଆମେରିକା ତଳକୁ ରହିଛି ସ୍ପେନ । ଏଠାରେ ୧ ଲକ୍ଷ ୧୭ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୧୦ ହଜାର ୯୩୫ । ଏଠାରେ ଗୋଟିଏ ଦିନରେ ୫ ହଜାର ୬୪୫ ଜଣ ସଂକ୍ରମିତ ହୋଇଛନ୍ତି ଓ ୫୮୭ ଜଣଙ୍କ ମୃତ୍ୟୁ ଘଟିଛି । ସଂକ୍ରମଣର ତୃତୀୟ ସ୍ଥାନରେ ଇଟାଲୀ ରହିଛି ।