ବନ୍ୟା ପରସ୍ଥିତିର ସମୀକ୍ଷା ପାଇଁ କଂଗ୍ରେସର ୯ ଜଣିଆ ରିଲିଫ କମିଟି

ବନ୍ୟା ପରସ୍ଥିତିର ସମୀକ୍ଷା ପାଇଁ କଂଗ୍ରେସର ୯ ଜଣିଆ ରିଲିଫ କମିଟି

ବନ୍ୟା ପରସ୍ଥିତିର ସମୀକ୍ଷା ପାଇଁ କଂଗ୍ରେସର ୯ ଜଣିଆ ରିଲିଫ କମିଟି
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳ ବନ୍ୟାରେ ଉବୁଟୁବୁ ହେଉଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ଏକ ରିଲିଫ କମିଟି ଗଠନ କରାଯାଇଛି । ପ୍ରାୟ ୨୦ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରାମର୍ଶ କ୍ରମେ ଏହି ୯ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟି ରାଜ୍ୟ ସରକାର , କେନ୍ଦ୍ର ସରକାର ଏବଂ ସ୍ଥାନୀୟ ପ୍ରଶାସନ ସହିତ ସହଭାଗିତାରେ ରିଲିଫ କାର୍ଯ୍ୟ କରିବ । କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ଏହି କମିଟିର ଚେୟାରମ୍ୟାନ ଭାବରେ ନିଯୁକ୍ତ କରାଯାଇଛି । ଏହା ସହିତ କମିଟିରେ ତିନି ଜଣ ଲେଖାଏଁ ପୂର୍ବତନ ସଭାପତି ଏବଂ ବିଧାୟକ ସଦସ୍ୟ ରହିଛନ୍ତି । ୭ ଦିନ ମଧ୍ୟରେ ସମସ୍ତ ଜିଲ୍ଲାର ବନ୍ୟାସ୍ଥିତି ସମ୍ପର୍କିତ ରିପୋର୍ଟ ଓଡିଶା ପିସିସି ସଭାପତି ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତିଙ୍କୁ ପଠାଇବ ଏହି କମିଟି । କମିଟିର ସ୍ଥାନ ପାଇଥିବା ସଦସ୍ୟ : ୧. ନରସିଂହ ମିଶ୍ର - ଚେୟାରମ୍ୟାନ ୨. ଭକ୍ତ ଚରଣ ଦାସ - ପୂର୍ବତନ କେନ୍ଦ୍ରମନ୍ତ୍ରୀ ୩. ପ୍ରଦୀପ ମାଝି - ପିସିସି କାର୍ଯ୍ୟକାରୀ ସଭାପତି ୪. ପ୍ରସାଦ ହରିଚନ୍ଦନ - ପୂର୍ବତନ ପିସିସି ସଭାପତି ୫. ଜୟଦେବ ଜେନା - ପୂର୍ବତନ ପିସିସି ସଭାପତି ୬. ଶରତ ପଟ୍ଟନାୟକ- ପୂର୍ବତନ ପିସିସି ସଭାପତି ୭. ତାରା ପ୍ରସାଦ ବାହିନୀପତି - ବିଧାୟକ ୮. ସୁରେଶ କୁମାର ରାଉତରାୟ - ବିଧାୟକ ୯ . ମହମ୍ମଦ ମୋକିମ - ବିଧାୟକ