ଆଜି ବଡଦାଣ୍ଡରେ ଜଳିବ ବିଦ୍ୟୁତ୍ ଆଲୋକ

ଆଜି ବଡଦାଣ୍ଡରେ ଜଳିବ ବିଦ୍ୟୁତ୍ ଆଲୋକ

ଆଜି ବଡଦାଣ୍ଡରେ ଜଳିବ ବିଦ୍ୟୁତ୍ ଆଲୋକ
ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ଫୋନି ପୁରୀ ସହରକୁ ସବୁ ଉଜାଡି ଦେବା ପରେ ଆଜି ଠାରୁ ବଡଦାଣ୍ଡରେ ବିଦ୍ୟୁତ ଯୋଗାଣ ହେବ । ଆଜି ବଡଦାଣ୍ଡରେ ବିଦ୍ୟୁତ୍ ଯୋଗାଣ ସହ ଲାଇଟ୍ ଜଳାଇବାର ଲକ୍ଷ୍ୟ ରହିଛି । ପୁରୀ ବାଲିଘାଟ ଗ୍ରୀଡକୁ ବିଳମ୍ବିତ ରାତିରେ ଯୋଗାଣ ହେବାର ରହିଛି । ଭୋରରୁ ଶ୍ରୀରାମନଗର ପ୍ରାଇମେରୀ ସବଷ୍ଟେସନକୁ ବିଦ୍ୟୁତ୍ ଯୋଗାଣ ହେବ । ଏହା ପରେ ପରେ କଚେରୀ,ଅଠରନଳା, ଚାରିନଳା ଓ ବଳିଆପଣ୍ଡାକୁ ବିଦ୍ୟୁତ୍ ଦିଆଯିବ । ବାତ୍ୟା ପରେ ଘରୋଇ କ୍ଷେତ୍ରରେ ବିଦ୍ୟୁତ ଯୋଗାଣ ବିପର୍ଯ୍ୟସ୍ତ ହୋଇ ପଡିଛି । କୌଣସି ବ୍ୟକ୍ତି ତରବର ନହୋଇ ଘରକୁ ବିଦ୍ୟୁତ୍ ଯିବା ଯାଏଁ ଅପେକ୍ଷା କରି ରୁହନ୍ତୁ । ସମସ୍ତ ପ୍ରକାର ଯାଂଚ ପରେ ପ୍ରତି ଘରକୁ ବିଦ୍ୟୁତ୍ ଯୋଗାଣ ହେବ ବୋଲି ପୁରୀ ଡିଭିଜନର ସେସୁ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।