ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୩ ସଂସ୍ଥା ଦେଲେ ୧୩.୪୬ କୋଟି

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୩ ସଂସ୍ଥା ଦେଲେ ୧୩.୪୬ କୋଟି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୩ ସଂସ୍ଥା ୧୩.୪୬ କୋଟି ଟଙ୍କା ଦାନ କରିଛନ୍ତି । ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ୨ କୋଟି ଟଙ୍କା ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ନିଗମ ପକ୍ଷରୁ ବନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ ପ୍ରଦାନ କରିଛନ୍ତି । ସିରାଜଉଦ୍ଧିନ କମ୍ପାନୀ ପକ୍ଷରୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାବ୍ୟତୀତ ଓଡ଼ିଶା ବିଭ୍ରେଜସ କର୍ପୋରେସନ ୫ କୋଟି, ଖିମଜୀ ଦୟାଭାଇ ଆଣ୍ଡ ସନ୍ସ ୨୧ ଲକ୍ଷ, ଜ୍ୟୋତି ମୋଟର୍ସ ୧୦ ଲକ୍ଷ, ଫାଲକନ ମେରାଇନ ଏକ୍ସପୋର୍ଟର କର୍ମଚାରୀମାନେ ୨୦.୨୧ ଲକ୍ଷ, ଏହାର ସିଇଓ ୫ ଲକ୍ଷ, ଦେବାଶିଷ ପଟ୍ଟନାୟକ ୧ ଲକ୍ଷ, ଅନ୍ନପୂର୍ଣ୍ଣା ଫାଇନାନ୍ସର ଗୋବିନ୍ଦ ପଟ୍ଟନାୟକ ୨୫ ଲକ୍ଷ, ଗଞ୍ଜାମ ଜିଲ୍ଲା ପ୍ରଶାସନ ୩୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏତଦବ୍ୟତୀତ ଆହୁରି ଅନେକ ସଂସ୍ଥା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦେଇଛନ୍ତି ।