ଦେଶରେ 1300 ଟପିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା

ଦେଶରେ 1300 ଟପିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା

ଦେଶରେ 1300 ଟପିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଭାବରେ ବଢି ଚାଲିଛି। ମହାରାଷ୍ଟ୍ର ପରେ ଭାରତରେ ଦ୍ବିତୀୟ ହଟସ୍ପଟ୍‌ ଭାବରେ ଗୁଜୁରାଟ ଚିହ୍ନଟ ହୋଇଛି। ଦେଶରେ କରୋନା ସଂକ୍ରମିତ ମାମଲା 39 ହଜାର 980ରେ ପହଞ୍ଚିଥିବା ବେଳେ 1301ଜଣଙ୍କର ମୃତ୍ୟୁ ଘଟିଛ । ସେହିପରି ଦେଶରେ 10 ହଜାର 663 ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ 12,296ଜଣ ଆକ୍ରାନ୍ତ ହୋଇଥିବାବେଳେ ଦ୍ବିତୀୟ ସର୍ବାଧିକ ଗୁଜୁରାଟରୁ ଚିହ୍ନଟ ହୋଇଛନ୍ତି। ଗୁଜୁରାଟରେ 5054ଜଣ ଆକ୍ରାନ୍ତ ରହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ବିଗତ 24 ଘଣ୍ଟା ମଧ୍ୟରେ କରୋନାରେ 83 ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ 521ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ -262 ମଧ୍ୟପ୍ରଦେଶରେ- 151 ରାଜସ୍ଥାନରେ- 65 ଦିଲ୍ଲୀରେ -64 ଉତ୍ତରପ୍ରଦେଶର- 43 ଆନ୍ଧ୍ରପ୍ରଦେଶରେ- 33 ପଶ୍ଚିମବଙ୍ଗରେ- 33 ତାମିଲନାଡୁରେ- 29 ତେଲେଙ୍ଗାନା- 28 କର୍ଣ୍ଣାଟକରେ- 25 ପଞ୍ଜାବରେ- 20 ଜମ୍ମୁ-କାଶ୍ମୀରରେ- 8 ହରିୟାଣାରେ -4 କେରଳରେ- 4 ଝାଡଖଣ୍ଡରେ- 3 ବିହାରରେ- 4 ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁ ହୋଇଛି।