ଶ୍ରୀ ମନ୍ଦିର ସେବାୟତଙ୍କୁ କରୋନା ।

ଶ୍ରୀ ମନ୍ଦିର ସେବାୟତଙ୍କୁ କରୋନା ।

ଶ୍ରୀ ମନ୍ଦିର ସେବାୟତଙ୍କୁ କରୋନା ।
ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଗତକାଲି ଶ୍ରୀମନ୍ଦିରର ୧୧୪୩ ଜଣ ସେବାୟତଙ୍କ କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ସେବାୟତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ଜଣଙ୍କୁ ଛାଡି ଅନ୍ୟ ସମସ୍ତ ସେବାୟତମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଦର୍ଶାଯାଇଛି । ତେବେ ରଥଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟ କରାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସଂକ୍ରମିତ ଚିହ୍ନଟ ହେବା ପରେ ସଂପୃକ୍ତ ସେବାୟତଙ୍କୁ ରଥଯାତ୍ରା ରୀତିନୀତି ଅନୁଷ୍ଠିତ ପୂର୍ବରୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଜଣେ ସେବାୟତଙ୍କ ପଜେଟିଭ ନେଇ ପ୍ରଶାସନର ଚିନ୍ତା ବଢାଇଛି । ଏବଂ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।