ରାଜ୍ୟରେ ଆଉ ୧୨ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୧୨୮୪

ରାଜ୍ୟରେ ଆଉ ୧୨ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୧୨୮୪

ରାଜ୍ୟରେ ଆଉ ୧୨ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୧୨୮୪
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୨ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୨୮୪ରେ ପହଞ୍ଚôଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ୱର, ନୂଆପଡ଼ା ଓ ଝାରସୁଗୁଡ଼ାରୁ ସର୍ବାଧିକ ୨ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ପୁରୀ, ସୁନ୍ଦରଗଡ଼, ନବରଙ୍ଗପୁର, କଟକ, ସମ୍ବଲପୁର ଓ ଗଞ୍ଜାମ ଜିଲାରୁ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ପ୍ରକାଶ ଯେ, ଆଜି ୧୫୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୮୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୬୫୪ଟି ଲୋକାଲ କେସ ରହିଛି । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨ରେ ପହଞ୍ଚô ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୬୮ ହଜାର ୧୧୫ ଜଣ ସୁସ୍ଥ ହୋଇ ସାରିଲେଣି । ବର୍ତ୍ତମାନ ସୁଦ୍ଧ ୧୬ ହଜାର ୩୦ଜଣ ଚିକିତ୍ସାଧୀନ ରହିଛନ୍ତି ।