୨୪ ଘଣ୍ଟାରେ ୪୯ ହଜାର ନୂତନ ଆକ୍ରାନ୍ତ : ୮୦ ଳକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୨୪ ଘଣ୍ଟାରେ ୪୯ ହଜାର ନୂତନ ଆକ୍ରାନ୍ତ : ୮୦ ଳକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୨୪ ଘଣ୍ଟାରେ ୪୯ ହଜାର ନୂତନ ଆକ୍ରାନ୍ତ : ୮୦ ଳକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ପାର କରିଛି । ବିଗତ କିଛି ଦିନ ଧରି ତଳୁଆ ରହିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ୧୪ ପ୍ରତିଶତର ଅଭିବୃଦ୍ଧି ଘଟିଛି । ୨୪ ଘଣ୍ଟାରେ ୪୯ହଜାର ୮୮୧ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୪୦ ହଜାର ୨୦୩ରେ ପହଞ୍ଚିଛି । ଏହା ସହିତ ସଂକ୍ରମଣ ହାର ମଧ୍ୟ ୪.୬ ପ୍ରତିଶତ କମ ରହିଛି । ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୫୧୭ ଜଣଙ୍କ ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୭୩ ଲକ୍ଷ ୧୫ ହଜାର ୮୮୯ରେ ପହଞ୍ଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୩ ହଜାର ୬୮୭ ରହିଛି ।