ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୪ ହଜାର ୬୧୦କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୫୫ ହଜାର ୭୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୭୯ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩କୁବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ ୭ ଲକ୍ଷ ୭୨ ହଜାର ୫୫ ରହିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୬୬ ଲକ୍ଷ ୬୩ ହଜାର ୬୦୮କୁ ବୃଦ୍ଧି ହୋଇଛି ।