ନିଜେ ଘରେ ପ୍ରସ୍ତୁତ କରନ୍ତୁ ପନିର ଜଲସା

ନିଜେ ଘରେ ପ୍ରସ୍ତୁତ କରନ୍ତୁ ପନିର ଜଲସା

ନିଜେ ଘରେ ପ୍ରସ୍ତୁତ କରନ୍ତୁ ପନିର ଜଲସା
ଆବଶ୍ୟକ ସାମଗ୍ରୀ: ପନୀର, ରିଫାଇନ, ଜୀରା, ହଳଦି ଗୁଣ୍ଡ, କଟା ଯାଇଥିବା ଅଦା, ରସୁଣ, କଞ୍ଚାଲଙ୍କା, ପିଆଜ, ଟମାଟୋ, କ୍ୟାପସିକମ ,ଲୁଣ, ଟମାଟୋ ସସ୍‌, ଲଙ୍କାଗୁଣ୍ଡ । ଏହାବ୍ୟତୀତ ଆଚାର ମସଲା ପାଇଁ ସୋରିଷ, ଜୀରା, ମେଥି, କଳାଜିରା ଓ ପାନମହୁରି । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇରେ ତେଲ ଗରମ କରି ପନୀରକୁ ହାଲକା ଭାଜି ବାହାର କରି ଦିଅନ୍ତୁ। ଏହାପରେ ତେଲରେ ଜୀରା, କଟା ଯାଇଥିବା ଅଦା, ରସୁଣ, କଞ୍ଚାଲଙ୍କା, ପିଆଜ, ଟମାଟୋ, କ୍ୟାପସିକମ, ହଳଦି ଗୁଣ୍ଡ ଓ ଲୁଣ ପକାଇ ଭାଜନ୍ତୁ। ପରେ ସେଥିରେ ଭଜା ପନିର, ଟମାଟୋ ସସ୍‌, ଲଙ୍କାଗୁଣ୍ଡ, ଓ ଚାଟ ମସଲା ପକାନ୍ତୁ। କିଛି ସମୟ ପରେ ଆଚାର ମସଲା ପକାଇ ଅଳ୍ପ ପାଣି ଦେଇ ଭଲ ଭାବେ ଫୁଟାନ୍ତୁ । ଏହାପରେ ଗରାମଗରମ ପ୍ଲେଟରେ ସର୍ଭ କରନ୍ତୁ।