ଦେଶରେ କମୁଛି କରୋନା ସଂକ୍ରମଣ
ଦେଶରେ କମୁଛି କରୋନା ସଂକ୍ରମଣ
admin
Jun 1, 2021 - 12:26
Updated: Jun 1, 2021 - 12:26
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆମ ଦେଶରେ ଅନେକ ରାଜ୍ୟରେ ଲକଡାଉନ ଲାଗିଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୧ ଲକ୍ଷ ୨୭ ହଜାର ୫୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୨ ହଜାର ୭୯୫ ଜଣ ମୃତୁ୍ୟବରଣ କରିଛନ୍ତି । ଏହାରି ଭିତରେ ସାମାନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା ଦେଶରେ ସଂକ୍ରମଣ କମି ଚାଲିଛି । କରୋନା ସ୍ଥିତି ନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଦେଶରେ ସକ୍ରିୟ ସଂକ୍ରମଣଙ୍କ ସଂଖ୍ୟା ୫୦ ପ୍ରତିଶତ କମିଛି । ଗୋଟିଏ ସପ୍ତାହ ହେଲା ଅଧିକାଂଶ ରାଜ୍ୟରେ ସଂକ୍ରମଣ କମୁଛି । ମେ ୨୮ରୁ ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । ଦେଶରେ କେରାନା ଆକ୍ରାନ୍ତଙ୍କ ସୁସ୍ଥ ହାର ୯୨ %ରେ ପହଂଚିଛି । ଏବେ ଦିନକୁ ହାରାହାରି ୨୦ ଲକ୍ଷ ନମୁନା ପରୀକ୍ଷା କରାଯାଉଛି ।