ମଦ ପିଇ ୬ ମୃତ,୨୭ ଗୁରୁତର

ମଦ ପିଇ ୬ ମୃତ,୨୭ ଗୁରୁତର

ମଦ ପିଇ ୬ ମୃତ,୨୭ ଗୁରୁତର
ଭୁବନେଶ୍ୱର :ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୨୭ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଭଦ୍ରକରୁ ୪ ଜଣ ଓ ଚାନ୍ଦବାଲିରୁ ୨ ଜଣ ରହିଛନ୍ତି । ପୀରହାଟ ନୂଆସାହିରେ କେତେକ ଲୋକ ରାତିରେ ମଦ ପିଇ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଚିକିତ୍ସାରେ ଚରମ ଅବହେଳା ହୋଇଥିବା ପରିବାରବର୍ଗ ଅଭିଯୋଗ ଆଣିଛନ୍ତି । ଅପରପକ୍ଷରେ ସ୍ଥିତି ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ବିଷାକ୍ତ ମଦ ପିଇ ମୃତୁ୍ୟ ଘଟଣାରେ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୀରହାଟ ଠାରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ନିର୍ବାଚନ ପାଇଁ ଅସାଧୁ ବ୍ୟବସାୟୀମାନେ ନକଲି ମଦ ବିକ୍ରି କରୁଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଗତକାଲି ଭଦ୍ରକ ଅଂଚଳରେ ନିର୍ବାଚନ ଥିବାରୁ ସରକାରୀ ମଦ ଦୋକାନ ବନ୍ଦ ରହିଥିଲା । ତେଣୁ ଅସାଧୁ ବ୍ୟବସାୟୀଙ୍କ ଠାରୁ ବିଷାକ୍ତ ମଦ ପିଇବାରୁ ଏଭଳି ଅଘଟଣ ଘଟିଛି ।