ରାଜ୍ୟରେ ପୁଣି ୩୫୬ ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି ୩୫୬ ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି ୩୫୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୩୫୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୯ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୧୫୭ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୮୬୧ରେ ପହଁଚିଛି । ୩୨୦୯୪୭ ଜଣ ସୁସ୍ଥ ହୋଇଥିବାବେଳେ ୩୦୨୯ଜଣ ଚିକିତ୍ସାଧୀନ ଅଛନ୍ତି । ଆଜି ଅନୁଗୁଳରୁ ୨୯ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୨୬, ବରଗଡ଼ ୧୭, ଭଦ୍ରକ ୭, ବଲାଙ୍ଗିର ୧୦, କଟକ ୧୯, ଢେଙ୍କାନାଳ ୧, ଗଜପତି ୨, ଗଞ୍ଜାମ ୪, ଜଗତସିଂହପୁର ୧୩, ଯାଜପୁର ୯, ଝାରସୁଗୁଡ଼ା ୬, କଳାହାଣ୍ଡି ୭, କନ୍ଧମାଳ ୧, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୬, ଖୋର୍ଦ୍ଧା ୪୧, ମୟୂରଭଞ୍ଜ ୨୯, ନବରଙ୍ଗପୁର ୩, ନୟାଗଡ଼ ୨, ନୂଆପଡ଼ା ୧୮, ପୁରୀ ୨୦, ରାୟଗଡ଼ା ୪, ସମ୍ବଲପୁର ୨୫, ସୋନପୁର ୧, ସୁନ୍ଦରଗଡରୁÿ ୩୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ୧୨ ବୋଲି ଜଣାଯାଇଛି ।