କୋରନା ରିଟର୍ଣ୍ଣ : ୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର
କୋରନା ରିଟର୍ଣ୍ଣ : ୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର
admin
Feb 27, 2021 - 05:00
Updated: Feb 27, 2021 - 05:00
ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବା ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି। ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର ଖୋଲି ଦେଇଥିଲେ। ଏବେ ଆଉଥରେ ସାନି ସଂକ୍ରମଣ ବ୍ୟାପିଲେ ସ୍ଥିତିକୁ ବିଗାଡ଼ି ଦେଇପାରେ। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧ କରି ରାଜ୍ୟ ସରକାର ଏକ ବଡ଼ କଟକଣା ଲଗାଇଛନ୍ତି । ୫ଟି ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳ ଓ ପୌରାଞ୍ଚଳ କମିଶନରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସମ୍ପୃକ୍ତ ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ । ଏହି ସବୁ ହାଇରିସ୍କ ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି । ଏହି ୫ ରାଜ୍ୟ ଫେରନ୍ତାଙ୍କ ପାଇଁ ୭ ଦିନିଆ ହୋମ ଆଇସେଲେସନ ବାଧ୍ୟତାମୂଳକ କରାଯାଇଛି । ତେବେ ନେଗେଟିଭ ରିପୋର୍ଟ ଥିଲେ ହୋମ ଆଇସୋଲେସନ ଜରୁରୀ ନୁହେଁ । ଏହାଛଡ଼ା ଟିକାକରଣ ପ୍ରମାଣପତ୍ର ଥିଲେ ହୋମଆଇସୋଲେସନ ଅନାବଶ୍ୟକ ବୋଲି କୁହାଯାଇଛି । ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିଦେ୍ର୍ଧଶ ଥିଲା ।