ରାଜ୍ୟରେ ପୁଣି ୩୩୨ ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି ୩୩୨ ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି ୩୩୨ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୩୩୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୯ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୧୪୩ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୪୦୮୯ରେ ପହଁଚିଛି । ୩୧୯୦୬୯ଜଣ ସୁସ୍ଥ ହୋଇଥିବାବେଳେ ୩୧୫୬ଜଣ ଚିକିତ୍ସାଧୀନ ଅଛନ୍ତି । ଆଜି ଅନୁଗୁଳରୁ ୩୫ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୧୧, ବରଗଡ଼ ୧୫, ଭଦ୍ରକ ୫, ବଲାଙ୍ଗିର ୧୦, , କଟକ ୨୭, ଦେଓଗଡ଼ ୨, ଢେଙ୍କାନାଳ ୧, ଗଜପତି ୨, ଗଞ୍ଜାମ ୮, ଜଗତସିଂହପୁର ୭, ଯାଜପୁର ୯, ଝାରସୁଗୁଡ଼ା ୧୧, କଳାହାଣ୍ଡି ୭, କେନ୍ଦ୍ରାପଡ଼ା ୮, କେନ୍ଦୁଝର ୧୦, ଖୋର୍ଦ୍ଧା ୨୯, କୋରାପୁଟ ୩, ମୟୂରଭଞ୍ଜ ୨୨, ନବରଙ୍ଗପୁର ୩, ନୟାଗଡ଼ ୨, ନୂଆପଡ଼ା ୧୧, ପୁରୀ ୨୧, ରାୟଗଡ଼ା ୩, ସମ୍ବଲପୁର ୧୧, ସୋନପୁର୧ ଓ ସୁନ୍ଦରଗଡରୁÿ ୫୧ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ୭ ବୋଲି ଜଣାଯାଇଛି ।