ହାଜର ହେଲେ ଓଟିଭି ଏମଡି

ହାଜର ହେଲେ ଓଟିଭି ଏମଡି

ହାଜର ହେଲେ ଓଟିଭି ଏମଡି
ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଓଟିଭି ଏମଡି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହୋଇଛନ୍ତି । ଭିଡିଓ କନଫରେନ୍ସିଂରେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହୋଇଛନ୍ତି । ସୂଚନାଯୋଗ୍ୟଯେ, ଜଣେ ମହିଳା ଓଟିଭିରେ କାର୍ୟ୍ୟ କରୁଥିଲେ । ତାଙ୍କର ନବମ ଶ୍ରେଣୀର ଝିଅକୁ ଓଟିଭିର କେତେକ କର୍ମଚାରୀ, ସୁରକ୍ଷା କର୍ମୀ ଓ ପୁଲିସ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଝିଅର ମା’ ଅଭିଯୋଗ କରିଥିଲେ । ଓଟିଭି କର୍ତୃପକ୍ଷଙ୍କୁ ବି ଝିଅର ମା’ କହିଥିôବା ନେଇ ଅଡ଼ିଓ ବି ଭାଇରାଲ ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ଅଭିଯୋଗ ଆଧାରରେ ପୁଲିସ ପଦକ୍ଷେପ ଗ୍ରହଣ କରିଥିବାବେଳେ ଅପରପକ୍ଷରେ ସରକାର ଜାଣିଶୁଣି ବଦନାମ କରୁଛନ୍ତି ବୋଲି ଓଟିଭି ପକ୍ଷରୁ କୁହାଯାଇଥିଲା । ତେବେ ସମ୍ପୃକ୍ତ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର ୨ କର୍ମଚାରୀ ଓ ୨ ସିକୁ୍ୟରିଟି ଗାଡର଼୍ ଗିରଫ ହୋଇଛନ୍ତି । କାଲି ରାତିରେ ଏମାନଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି । ତେବେ ଗଣଦୁଷ୍କର୍ମରେ ପୁଲିସ କର୍ମଚାରୀ ସଂଶ୍ଲିଷ୍ଟ ଥିବାନେଇ ଅଭିଯୋଗ ହୋଇଥିଲେବି ସେମାନଙ୍କୁ ଗିରଫ କରାଯାଇଛି କି ନାହିଁ ତାହା ଜଣାପଡ଼ିନାହିଁ । ଅପରପକ୍ଷରେ ଓଟିଭି ତଦନ୍ତରେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିବାବେଳେ ଏମଡ଼ି ଜାଗୀ ମଗତ ପଣ୍ଡା ବି ମହିଳା କମିଶନରେ ହାଜର ହୋଇଛନ୍ତି । ବିନା ପ୍ରମାଣରେ ଗିରଫ କରାଯାଇଛି ଓ ପରୀ ଘଟଣା ଉପରୁ ନଜର ଏଡ଼ାଇବା ପାଇଁ ଏଭଳି ଗିରଫଦାରୀ ହୋଇଛି ବୋଲି ଓଟିଭି ପକ୍ଷରୁ କୁହାଯାଇଛି ।