ଟିକା ନେବା ପାଇଁ ଅଫଲାଇନରେ ବି ହୋଇପାରିବ ପଞ୍ଜିକରଣ

ଟିକା ନେବା ପାଇଁ ଅଫଲାଇନରେ ବି ହୋଇପାରିବ ପଞ୍ଜିକରଣ

ଟିକା ନେବା ପାଇଁ ଅଫଲାଇନରେ ବି ହୋଇପାରିବ ପଞ୍ଜିକରଣ
ଭୁବନେଶ୍ୱର: ୬୦ ବର୍ଷରୁ ଅଧିକ ବୟସ୍କ ସାଧାରଣର ବ୍ୟକ୍ତି ଏବଂ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ ବୟସ୍କ ବ୍ୟକ୍ତିମାନଙ୍କ ଲାଗି ଆଜି ଠାରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି । ୬୦ ବର୍ଷରୁ ଅଧିକ ବୟସ୍କ ସାଧାରଣ ବ୍ୟକ୍ତି ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି । କିନ୍ତୁ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ ସେମାନେ ଡାକ୍ତରୀ ପ୍ରମାଣପତ୍ର ଦେଖାଇବା ପରେ ସେମାନଙ୍କୁ ଟିକା ପ୍ରଦାନ କରାଯାଉଛି । ଅନ୍ୟପକ୍ଷରେ ଟିକା ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ କୋ-ୱିନ ପୋର୍ଟାଲରେ ନାମ ପଞ୍ଜିକରଣ କରିବାକୁ କୁହାଯାଇଥିବାବେଳେ ଆଜି ଅନଲାଇନ ପଞ୍ଜିକରଣ ବେଳେ ସମସ୍ୟା ଦେଖାଦେଇଥିଲା । ତେବେ ଟିକାକରଣ ପାଇଁ ଅଫଲାଇନରେ ବି ପଞ୍ଜିକରଣ ହୋଇପାରିବ । ଅଫଲାଇନରେ ପଞ୍ଜୀକରଣ କରି ଟିକା ନେଇ ହେବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ବରିଷ୍ଠ ନାଗରିକ ଯେପରି ଅସୁବିଧା ନଭୋଗିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ପ୍ରକାଶ ଯେ, ଆଜି ଅନଲାଇନ ପଞ୍ଜିକରଣ ବେଳେ ସମସ୍ୟା ଦେଖାଦେଇଥିଲା । ବିଭିନ୍ନ ଟିକାକରଣ କେନ୍ଦ୍ରରେ ୱେବସାଇଟ ଲିଙ୍କ ଖୋଲୁନଥିବା ଅଭିଯୋଗ ହୋଇଥିଲା ।