ଅନଲାଇନ ଲୁଡୋ ଖେଳରୁ ପ୍ରେମ, ହରିୟାଣା ପଳାଇଲେ ଓଡ଼ିଆ ଝିଅ

ଅନଲାଇନ ଲୁଡୋ ଖେଳରୁ ପ୍ରେମ, ହରିୟାଣା ପଳାଇଲେ ଓଡ଼ିଆ ଝିଅ

ଅନଲାଇନ ଲୁଡୋ ଖେଳରୁ ପ୍ରେମ, ହରିୟାଣା ପଳାଇଲେ ଓଡ଼ିଆ ଝିଅ

ପାନିପତ: ଅନଲାଇନରେ ଲୁଡୋ ଖେଳ । ପରସ୍ପର ଫୋନ ନମ୍ବର ଆଦାନ ପ୍ରଦାନ । ତା ପରେ ପ୍ରେମ । ପ୍ରେମକୁ ବିବାହ ରୂପ ଦେବାକୁ ନିଜ ଘର ତଥା ରାଜ୍ୟ ଛାଡି ସୁଦୂର ହରିୟାଣାକୁ ପଳାୟନ କରିବା । ଓଡ଼ିଶାରେ ଜଣେ ନାବାଳିକାଙ୍କର ଏହି କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି । ନାବାଳିକା ଜଣକ ହରିୟାଣା ପାନିପତରେ ରହୁଥିବା ଜଣେ ନାବାଳକଙ୍କୁ ଅନଲାଇନ ଲୁଡୋ ଖେଳରେ ଭେଟି ଭଲ ପାଇ ବସିଥିଲେ । ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେବା ପରେ ନାବାଳିକ ନିଜ ଘରୁ ଲୁଚି ହରିୟାଣା ପଳାଇଥିଲେ । ନାବାଳକ ଜଣକ ପାନିପତର ସୋନାଲି ରୋଡରେ ଏକ ବସ୍ତିରେ ରହୁଥିଲେ । ସେଠାରେ ଉଭୟଙ୍କ ବିବାହ କାର୍ଯ୍ୟ ଚାଲିଥିବା ସମୟରେ ଶିଶୁ ସୁରକ୍ଷା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିବାହ ବନ୍ଦ କରିଥିଲେ । ଉଭୟ ନିଜର ବୟସ ପ୍ରମାଣ ପତ୍ର ଦେଖାଇବାକୁ ଅକ୍ଷମ ହୋଇଥିଲେ । ନାବାଳିକା ଜଣକ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ନାବାଳିକାଙ୍କର ପରିବାର ଲୋକେ ଏହି ବିବାହରେ ରାଜି ନଥିବାରୁ ସେ ପାନିପତ ଆସି ବିବାହ କରିବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି । ଉଭୟ ୨ ବର୍ଷ ତଳେ ଲୁଡୋ ଖେଳିବା ବେଳେ ପରସ୍ପରକୁ ସାକ୍ଷାତ କରିଥିଲେ । ବସ୍ତି ଅଞ୍ଚଳରେ ରହୁଥିବା ନାବାଳିକାଙ୍କର ମଧ୍ୟ ବେଶୀ ଶିକ୍ଷାଗତ ଯୋଗ୍ୟତା ନାହିଁ । ତାଙ୍କ ତଳେ ଆହୁରି ୪ ଜଣ ଭାଇ ଅଛନ୍ତି ।