ଆସ୍ଥା ଭୋଟରେ ବିଜୟୀ ହେଲେ ଉଦ୍ଧବ

ଆସ୍ଥା ଭୋଟରେ ବିଜୟୀ ହେଲେ ଉଦ୍ଧବ

ଆସ୍ଥା ଭୋଟରେ ବିଜୟୀ  ହେଲେ ଉଦ୍ଧବ
ମୁମ୍ବାଇ : ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ଉଦ୍ଧବ ଠାକରେ । ମହାରାଷ୍ଟ୍ର ବିଧାନସଭାରେ ଆଜି ଆସ୍ଥା ଭୋଟ ହୋଇଥିବାବେଳେ ସରକାରଙ୍କୁ ୧୬୯ ଜଣ ସମର୍ଥନ ଦେଇଥିଲେ । ଅପରପକ୍ଷରେ ଆସ୍ଥା ଭୋଟ ପୂର୍ବରୁ ବିରୋଧୀ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ଆସ୍ଥା ଭୋଟ ବେଳେ ୪ ଜଣ ବିଧାୟକ ଅନୁପସ୍ଥିତ ରହିଥିଲେ । କଂଗ୍ରେସ ବିଧାୟକ ଅଶୋକ ଚଭନ ଆସ୍ଥା ଭୋଟ ନେଇ ପ୍ରସ୍ତାବ ଦେଇଥିବାବେଳେ ଏନସିପିର ନବାବ ମଲ୍ଲିକ ଓ ଶିବସେନାର ସୁନୀଲ ପ୍ରଭୂ ଏହାକୁ ସମର୍ଥନ କରିଥିଲେ । ପରେ ଅସ୍ଥାୟୀ ବାଚସ୍ପତିଙ୍କ ନିଦେ୍ର୍ଧଶରେ ମୁଣ୍ଡ ଗଣତି କରାଯାଇଥିଲା । ଅପରପକ୍ଷରେ ଆସ୍ଥା ଭୋଟ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ । ଏନେଇ ସେମାନେ ରାଜ୍ୟପାଳ ଭଗତ ସିଂହ କୋଶିୱାରୀଙ୍କୁ ଭେଟି ଗୃହର ପ୍ରୋସିଡ଼ିଂକୁ ବାତିଲ କରିବାକୁ ଦାବି କରିବେ ବୋଲି ସେ କହିଥିଲେ । ତେବେ ଅସ୍ଥାୟୀ ବାଚସ୍ପତି ଦିଲ୍ଲୀପ ପାଟିଲ ଏଭଳି ଦାବିକୁ ଖାରଜ କରିଦେଇଥିଲେ । ରାଜ୍ୟପାଳଙ୍କ ନିଷ୍ପତି କ୍ରମେ ଏହାହୋଇଛି ବୋଲି ବାଚସ୍ପତି ପ୍ରକାଶ କରିଥିଲେ । ଅସ୍ଥାୟୀ ବାଚସ୍ପତିଙ୍କୁ ବଦଳା ଯାଇଥିବାରୁ ମଧ୍ୟ ବିଜେପି ଆପତି ଉଠାଇଛି । ସେହିପରି ବିଧାନସଭା ଅଧିବେଶନ ଆରମ୍ଭରୁ ଜାତୀୟ ସଂଗୀତ ଗାନ କରାଯାଇନଥିବାବେଳେ ଆସ୍ଥା ଭୋଟ ସମ୍ପର୍କରେ ରାତି ଗୋଟାଏରେ ହିଁ ସୂଚନା ଦିଆଯାଇଥିଲା । ଫଳରେ ବିଜେପିର ସମସ୍ତ ବିଧାୟକ ଉପସ୍ଥିତ ରହିପାରିନଥିଲେ । ଏହାଛଡ଼ା ମନ୍ତ୍ରୀମାନଙ୍କ ଶପଥ ଗ୍ରହଣକୁ ମଧ୍ୟ ଅସାମ୍ବିଧାନିକ ବୋଲି ବିଜେପି ଦର୍ଶାଇଛି ।