ଭାରତ ଆତଙ୍କିତ ହେବାର ଆବଶ୍ୟକତା ନାହିଁ: ତାଲିବାନ

ଭାରତ ଆତଙ୍କିତ ହେବାର ଆବଶ୍ୟକତା ନାହିଁ: ତାଲିବାନ

ଭାରତ ଆତଙ୍କିତ ହେବାର ଆବଶ୍ୟକତା ନାହିଁ: ତାଲିବାନ
ଆଫଗାନିସ୍ଥାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରାଯିବା ପରେ ସେଠାରେ ସକି୍ରୟ ଆତଙ୍କବାଦୀମାନେ ଭାରତ ଆଡ଼କୁ ମୁହାଁଇବାର ଆଶଙ୍କା ପ୍ରକାଶ ପାଇଆସୁଛି । କିନ୍ତୁ ତାଲିବାନ ପକ୍ଷରୁ ଆଜି ଏହାକୁ ଖଣ୍ଡନ କରାଯାଇଛି । ତାଲିବାନର ପ୍ରବକ୍ତା ମହମ୍ମଦ ସୁହେଲ ସହିତ ଏକ ଭାରତୀୟ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛି କି ଭାରତ ଏପରି ଆଶଙ୍କା କରିବାର ଆବଶ୍ୟକତା ନାହିଁ । ଆମେ କାହିଁକି ଆମର ସଦସ୍ୟଙ୍କୁ ଭାରତ ପଠାଇବୁ । ବରଂ ଆଫଗାନିସ୍ଥାନରୁ ଆମେରିକୀୟ ସୈନ୍ୟ ଅପସାରଣ କରାଯିବା ପରେ ଦେଶର ପୁନନିର୍ମାଣ କରାଯିବାର ଆବଶ୍ୟକତା ପଡ଼ିବ । ସେଥିପାଇଁ ବିଭିନ୍ନ ଦେଶଙ୍କ ସହାୟତା ଦରକାର । ଏଥିପାଇଁ ଭାରତ ବି ସହଯୋଗ କରିବା ଦରକାର । ସେ ଆହୁରି କହିଛି କି ଯଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାନ୍ତି ଆଲୋଚନାକୁ ରଦ୍ଧ କରିନଥାନ୍ତେ, ଏତେବେଳକୁ ଆଫଗାନିସ୍ତାନରେ ଶାନ୍ତି ବୁଝାମଣା କରାଯାଇସାରନ୍ତାଣି ଏବଂ ଅସ୍ତ୍ରବିରତି ଲାଗୁ ହୋଇସାରନ୍ତାଣି ।